ଦିଲ୍ଲୀ ବିମାନବନ୍ଦରରେ ୨୮ କୋଟି ମୂଲ୍ୟର ୭ ଘଣ୍ଟା ଜବତ

ନୂଆଦିଲ୍ଲୀ : (ସଂକେତ୍ ଟିଭି)ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜି) ବିମାନ ବନ୍ଦରରୁ କଷ୍ଟମ ବିଭାଗ ୭ଟି ମୂଲ୍ୟବାନ ଘଣ୍ଟା ଜବତ କରିଛି ଯାହାର ମୋଟ ମୂଲ୍ୟ ୨୮ କୋଟି । ଏଗୁଡ଼ିକୁ ଚୋରା ଚାଲାଣ କରି ଅଣାଯାଉଥିଲା । ସେଥିମଧ୍ୟରୁ ଏକ ଘଣ୍ଟା ହୀରାରେ ତିଆରି, ଯାହାର ମୂଲ୍ୟ ୨୭ କୋଟି । ଏହି ଘଣ୍ଟା ଜ୍ୟାକବ ଆଣ୍ଡ କୋ କମ୍ପାନୀର । ଏହା ବ୍ୟତୀତ ଏକ ରୋଲେକ୍ସ ୱାଚ୍‌, ବ୍ରେସଲେଟ୍ ଏବଂ ଆଇଫୋନ୍ ୧୪ ପ୍ରୋ ମଧ୍ୟ ଜବତ କରାଯାଇଛି ।

ଆଇଜି ବିମାନବନ୍ଦର କଷ୍ଟମ୍ସ କମିଶନର ଜୁବେର ରିଆଜ କାମିଲି କହିଛନ୍ତି ଯେ ଯାତ୍ରୀଜଣକ ଘଣ୍ଟା ଯୋଗାଇବା ପାଇଁ ଗୁରୁବାର ଦିନ ଦୁବାଇରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ । ତେବେ ସାମଗ୍ରୀ ସମ୍ପର୍କିତ କୌଣସି ଦଲିଲ ତାଙ୍କ ନିକଟରୁ ମିଳିନାହିଁ, ଯାହା ପରେ ତାଙ୍କୁ ଗିରଫ କରାଯାଇଛି ।