ସବୁଠୁ ଅଧିକ କଣ୍ଡୋମ ମୁସଲମାନ ବ୍ୟବହାର କରୁଛନ୍ତି : ଅସଦୁଦ୍ଦିନ ଓୱେସୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ବିଜୟାଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାବଗତ ନିଜ ଅଭିଭାଷଣରେ ଜନସଂଖ୍ୟା ପ୍ରସଙ୍ଗ ଉଠାଇଥିଲେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ।

ଏକ ଜନସଭା ସମୟରେ ଓୱେସୀ କହିଛନ୍ତି, ‘ମୁସଲମାନଙ୍କ ଜନସଂଖ୍ୟା ବଢୁନାହିଁ । ତୁମେ ଅଜଥାରେ ଚିନ୍ତାରେ ପକାଅ ନାହିଁ, ବଢୁ ନାହିଁ । ଆମ ଜନସଂଖ୍ୟା କମୁଛି…। ମୁସଲମାନଙ୍କ ଟିଆଫଆର କମୁଛି…’। ସେ କହିଛନ୍ତି, ‘ଦୁଇ ସନ୍ତାନ ଜନ୍ମ କରିବା ଭିତରେ ସବୁଠୁ ଅଧିକ ବ୍ୟବଧାନ ମୁସଲମାନ ରଖନ୍ତି । ସେ ପ୍ରଶ୍ନ କରିଛନ୍ତି, ସବୁଠୁ ଅଧିକ କଣ୍ଡୋମ କିଏ ବ୍ୟବହାର କରୁଛି, ଆମେ ବ୍ୟବହାର କରୁଛୁ । ମୋହନ ଭାଗବତ ଏହା ଉପରେ କହିବେ ନାହିଁ’।

ଉଲ୍ଲେଖଯୋଗ୍ୟ ଯେ, ସଂଘ ପ୍ରମୁଖ ମୋହନ ଭାଗବତ ନିଜ ଭାଷଣରେ ଜନସଂଖ୍ୟା ଅସନ୍ତୁଳନ ଉପରେ କହିଥିଲେ । ସେ କହିଥିଲେ,୭୫ ବର୍ଷ ପୂର୍ବେ ଆମେ ଏହାର ଅନୁଭବ କରିଥିଲୁ ଏବଂ ଏକବିଂଶ ଶତାବ୍ଦୀରେ ଯେଉଁ ତିନୋଟି ନୂଆ ସ୍ୱାଧୀନ ଦେଶ ଅସ୍ତିସ୍ୱକୁ ଆସିଛନ୍ତି, ଇଷ୍ଟ ତିମୋର, ଦକ୍ଷିଣ ସୁଡାନ ଏବଂ କୋସୋଭା, ତଥା ଇଣ୍ଡୋନେସିଆ, ସୁଡାନ ଏବଂ ସର୍ବିଆ ଗୋଟିଏ ଭୂ-ଭାଗରେ ଜନସଂଖ୍ୟା ଅସନ୍ତୁଳନର ପରିମାଣ ଅଟେ ।