ଆର୍‌ଏସ୍‌ଏସ୍ ବ୍ରିଟିଶ୍‌ରାଜ୍‌କୁ ସମର୍ଥନ କରୁଥିଲା : ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ : (ସଂକେତ୍ ଟିଭି) କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ଇତିମଧ୍ୟରେ ୧ମାସ ପୂରଣ କରିଛି । ଶନିବାର କର୍ଣ୍ଣାଟକର ତୁରୁବେକରରେ ରାହୁଳ ଗାନ୍ଧୀ ୩୪ ମିନିଟ୍‌ର ପ୍ରେସ୍‌ କନଫରେନ୍ସ କରି ସାବରକର, ଆର୍‌ଏସ୍‌ଏସ୍ ଓ ପିଏଫ୍‌ଆଇ ଆଦି ପ୍ରସଙ୍ଗ ସହ କଂଗ୍ରେସର ଇଣ୍ଟରନାଲ ପଲିଟିକ୍ସ ଉପରେ ସାମ୍ବାଦିକଙ୍କ ସହ କଥା ହୋଇଥିଲେ । ସେ କହିଛନ୍ତି କି ଏବେ ଦେଶବାସୀ ଭ୍ରଷ୍ଟାଚାରକୁ ନେଇ ଦହଗଞ୍ଜ ସ୍ଥିତିରେ ଅଛନ୍ତି । ସରକାର ଏହାକୁ ଲୁଚାଇବା ପାଇଁ ମିଡିଆ ଉପରେ ଲଗାମ ଲଗାଇଛନ୍ତି ।

ଭାରତ ବିଭାଜନକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ରାହୁଳ କହିଥିଲେ କି ସ୍ୱାଧୀନତା ଆନ୍ଦୋଳନରେ ସାବରକର ଇଂରେଜମାନଙ୍କ ପାଇଁ କାମ କରୁଥିଲେ ଓ ଏଥିାଇଁ ଅର୍ଥ ବି ନେଉଥିଲେ । ରାହୁଳ ଆହୁରି କହିଥିଲେ ଯେ ଆର୍‌ଏସ୍‌ଏସ୍ ମଧ୍ୟ ସେତେବେଳେ ବ୍ରିଟିଶରାଜ୍‌କୁ ସମର୍ଥନ କରୁଥିଲା । ଆଜି ସେମାନେ ଦେଶରେ ବିସ୍ତାର କରିଥିବା ଘୃଣ୍ୟ ନୀତି ବିରୋଧରେ କଂଗ୍ରେସ ଭାରତ ଯୋଡ଼ ଯାତ୍ରା ବାହାର କରିଛି ବୋଲି ରାହୁଳ କହିଛନ୍ତି ।