ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର : (ସଂକେତ୍ ଟିଭି) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ସାଧାରଣ ଜନସ୍ବାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭିଜିଲାନ୍ସ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଛି ।

ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ବର ସ୍ଥିତ ଅଫିସ, କଟକ ସିଡିଏ ସେକ୍ଟର-୭ରେ ଥିବା ୩ ମହଲା ଘର, କଟକ ସାଲେପୁର ସମ୍ପତିପାଟଣା ସ୍ଥିତ ତାଙ୍କ ବନ୍ଧୁଙ୍କ ଘର, ଜଟଣୀ କଣ୍ଟିଲୋ ସ୍ଥିତ ଫ୍ଲାଟ୍‌, ଜଗତସିଂହପୁର କୁଜଙ୍ଗ ସ୍ଥିତ ପୈତୃକ ଘରେ ରେଡ୍ କରାଯାଇଛି। ସେହିପରି ଜଗତସିଂହପୁର କୁଜଙ୍ଗରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଚଢାଉ ହୋଇଛି । ଭିଜିଲାନ୍ସର ୩ଜଣ ଡିଏସପିଙ୍କ ନେତୃତ୍ୱରେ ଚଢାଉ ଜାରି ରହିଛି । ଏଥିରେ ୧୧ ଜଣ ଇନ୍ସପେକ୍ଟର ଓ ୨ ସବ-ଇନ୍ସପେକ୍ଟର ସାମିଲ ଅଛନ୍ତି ।