୧୨ ହଜାର ଟଙ୍କା ଲାଞ୍ଚ ନେଇ ଧରିପଡିଲେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ

ଯାଜପୁର : (ସଂକେତ୍ ଟିଭି) ୧୨,୬୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଯାଜପୁର ଶ୍ରମ ନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଏବଂ ମୁଖ୍ୟ କିରାଣୀ ଜିତେନ୍ଦ୍ର କୁମାର ସେଠୀ । ଉଭୟେ ଗାଡ଼ି ଭଡ଼ା ବାବଦକୁ ଗାଡ଼ି ମାଲିକ ବିବେକାନନ୍ଦ ମାହାପାତ୍ର ଠାରୁ ୧୨, ୬୦୦ ଟଙ୍କା ଲାଞ୍ଚ ନେଉଥିଲେ । କଟକ ଓ ଯାଜପୁର ଭିଜିଲାନ୍ସ ଟିମ୍ ଦ୍ଵାରା ଗିରଫ ହୋଇଛନ୍ତି ।

ଏହାପରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି କଟକ ଓ ଯାଜପୁରର ଭିଜିଲାନ୍ସ ଟିମ୍ ।