ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ: (ସଂକେତ୍ ଟିଭି) ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବାପା ସ୍ବର୍ଗତ ବିଷ୍ଣୁ ସେଠୀଙ୍କୁ ପୈତୃକ ଗାଁ ତିହିଡି ମଙ୍ଗରାଜପୁର ଓ ଭଦ୍ରକ ସ୍ଥିତ କୁଆଁସ ବାସଭବନରେ ଶ୍ରଦ୍ଧାଞ୍ଜଳି ଜଣାଇ ସେ ନିରାଡ଼ମ୍ବର ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ନେତା ଗୋଲକ ମହାପାତ୍ର ଓ ନିଜ ସମ୍ପର୍କୀୟଙ୍କ ସହ ଆସି ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ନିକଟରେ ଗୋଟିଏ ସେଟ୍ ପ୍ରାର୍ଥୀପାତ୍ର ଦାଖଲ କରିଛନ୍ତି ।

ସୂଚନା ଅନୁଯାୟୀ, ଧାମନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କ ନାମ ଘୋଷଣା କରାଯାଇଥିଲା । ଆଉ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି । ସେପଟେ ଅନ୍ୟ ଦଳ ଯେପରି କି ବିଜେଡି ଓ କଂଗ୍ରେସ ପକ୍ଷରୁ କେହି ବି ହେଲେ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । ଦିନେ କି ଦୁଇ ଦିନ ମଧ୍ୟରେ ଉଭୟ ଦଳ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।