ଧାମନଗର ଉପନିର୍ବାଚନ : ବାବା ହରେକୃଷ୍ଣ ସେଠୀଙ୍କୁ ଟିକେଟ୍‌ ଦେଲା କଂଗ୍ରେସ

ଭୁବନେଶ୍ୱର : (ସଂକେତ୍ ଟିଭି) ଧାମନଗର ଉପନିର୍ବାଚନ ପାଇଁ ବିଜେପି ପରେ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି । ସେ ୧୪ ତାରିଖରେ ନାମାଙ୍କନ ଦାଖଲ କରିବେ।

ସୂଚନା ଅନୁସାରେ, ମଙ୍ଗଳବାର ଦିନ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେପଟେ ଧାମନଗରରେ ବିଜେଡି ପ୍ରାର୍ଥୀଙ୍କୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି। ବିଜୁ ଜନତା ଦଳ ଏଥର ନୂଆ ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚା ପରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି।