EntertainmentLatest

ରିଲିଜ ହେଲା ଅକ୍ଷୟ କୁମାରଙ୍କ ରାମ ସେତୁ ଟ୍ରେଲର

ମୁମ୍ବାଇ : (ସଂକେତ୍ ଟିଭି) ଅକ୍ଷୟ କୁମାର, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୁଶରତ ଭରୁଚାଙ୍କ ଅଭିନୀତ ଚଳଚ୍ଚିତ୍ର ରାମ ସେତୁର ଟ୍ରେଲର ରିଲିଜ ହୋଇଛି । ଚଳଚ୍ଚିତ୍ର ନାଁ ଘୋଷଣା ହେବା ପରଠାରୁ ଏହି ଫିଲ୍ମ କ୍ରମାଗତ ଭାବରେ ହେଡଲାଇନରେ ରହିଥିଲା । ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅକ୍ଟୋବର ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ପୂର୍ବରୁ ଫିଲ୍ମର ଟିଜର ଭିଡିଓ ରିଲିଜ୍ ହେବା ପରେ ଦର୍ଶକମାନେ ଟିକେ ନିରାଶ ହୋଇଥିଲେ । କିନ୍ତୁ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ଲୋକେ ।

ଅକ୍ଷୟ କୁମାରଙ୍କ ଏହି ମଲ୍ଟିଷ୍ଟାର୍ ଫିଲ୍ମର ଟ୍ରେଲର ଆକ୍ସନ୍‌, ଥ୍ରୀଲର ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ । ଫିଲ୍ମର କାହାଣୀ ରାମ ସେତୁଙ୍କୁ ବଞ୍ଚାଇବା ମିଶନ ସଂପର୍କରେ । ଜି ଷ୍ଟୁଡିଓର ଅଫିସିଆଲ୍ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ଟ୍ରେଲର ରିଲିଜ୍‌ ହୋଇଛି । ଚଳଚ୍ଚିତ୍ରର ୨ ମିନିଟ୍ ୯ ସେକେଣ୍ଡ୍‌ ଟ୍ରେଲର୍ ଆରମ୍ଭରେ ଟିକେ ମଜାଳିଆ ଥିବାବେଳେ ପରବର୍ତ୍ତୀ ସମୟରେ ବ୍ୟାକଗ୍ରାଉଣ୍ଡ୍‌ ମ୍ୟୁଜିକ୍ ଠାରୁ ଆକ୍ସନ୍ ଦୃଶ୍ୟ ଏବଂ ଆନିମେସନ୍‌ ପର୍ଯ୍ୟନ୍ତ ସବୁକିଛି ଫ୍ୟାନ୍ସଙ୍କୁ ନିରାଶ କରିଛି । ଏହି ଚଳଚ୍ଚିତ୍ରର କାହାଣୀ ନିହାତି ଭାବରେ ଦମଦାର । ଶେଷରେ ଅକ୍ଷୟ କୁମାରଙ୍କ ପଥର ଉଠାଇ ଆଣିବା ଦୃଶ୍ୟକୁ କେହି କେହି ପସନ୍ଦ କରୁଥିବା ବେଳେ କେହି କେହି ତାତ୍ସଲ୍ୟ କରିଛନ୍ତି । କିଛି ଲୋକ ଏହାକୁ ନିରାଶାଜନକ ବୋଲି କହିଛନ୍ତି ।

ଆଦିପୁରୁଷ ଟ୍ରେଲରରେ ସୈଫ ଅଲି ଖାନ ଏବଂ ପ୍ରଭାସଙ୍କୁ ଯେମିତି ଟ୍ରୋଲ କରାଯାଉଥିଲା ସେଭଳି ରାମସେତୁକୁ ଟ୍ରୋଲ କରାଯାଇନି । ତଥାପି ଫିଲ୍ମକୁ ଏତେ ପଜିଟିଭ ରେସପନ୍ସ ମିଳିନାହିଁ । ତେବେ ଫିଲ୍ମଟି କେତେ ଦୂର ଦର୍ଶକଙ୍କ ମଧ୍ୟରେ ରାଜ୍ କରିବ ତାହା ରିଲିଜ ପରେ ଜଣାପଡିବ ।