ଲାଞ୍ଚ ନେବାବେଳେ ଧରାପଡିଲେ ତହସିଲ ଅଫିସ ଡିଇଓ

ନୂଆପଡ଼ା : (ସଂକେତ୍ ଟିଭି) ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୂଆପଡା ଜିଲ୍ଲା ଖଡିଆଳ ତହସିଲ ଅଫିସ୍ ର ଡିଇଓ ଭୋଳା ମହେଶ୍ବର ଦଣ୍ଡସେନା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସୂଚନା ଅନୁଯାୟୀ, ଖଡିଆଳ ଥାନା ରାନିମୁଣ୍ଡା ଗାଁର ୧୫ ଜଣ ଆବାସିକ ପ୍ରମାଣ ପତ୍ର ପାଇଁ ଅନଲାଇନ ଆବେଦନ କରିଥିଲେ । ଯାହାକୁ ତହସିଲ ଅଫିସରେ ଅନୁମୋଦନ କଲା ପରେ ମିଳିଥାଏ । ଡିଇଓ ଟଙ୍କା ଆଶାରେ ତାଙ୍କୁ ଦୀର୍ଘ ଦିନ ବୁଲାଇଥିଲେ । ଏହାସହ ସେ ଜଣକୁ ୨ ହଜାର ଟଙ୍କା ଲେଖାଏଁ ଦାବି କରିଥିଲେ । ଯାହାକୁ ନେଇ ରାନିମୁଣ୍ଡା ଗାଁର ନିତ୍ୟାନନ୍ଦ ହିଆଲ କୋରାପୁଟ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ । ବୁଧବାର ଦିନ ଅଧିକାରୀ ଜଣକ ୩୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଯୋଜନା ବଦ୍ଧ ଭାବେ ଟଙ୍କା ସହ ତାଙ୍କ ଧରିଥିଲା। ନିତ୍ୟାନନ୍ଦଙ୍କ ନିଜ ପରିବାରରୁ ୮ ଜଣଙ୍କ ଆବାସିକ ପ୍ରମାଣ ପତ୍ର ହେବାକୁ ଥିବା ବେଳେ ଗାଁର ଅନ୍ୟ ୭ ଜଣଙ୍କ ମଧ୍ୟ ରହିଥିଲା ।