ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର : (ସଂକେତ୍ ଟିଭି) ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ବାଶପାଳ ବିଇଓ ଅଫିସର ଜୁନିୟର କ୍ଲର୍କ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସ ଏକକାଳୀନ ଗଙ୍ଗୀଧରଙ୍କ ୫ଟି ଠିକଣାରେ ଚଢାଉ କରିଛି ।

ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାଂଶପାଳ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆଜି ସକାଳୁ ଭିଜିଲାନ୍ସ ବିଭାଗ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ଜାରି ରଖିଛି । ଏହାସହ ତାଙ୍କ ଅଫିସ, ନିଜ ଗାଁ ଘର ସମେତ ଏକକାଳୀନ ପାଞ୍ଚଟି ଜାଗାରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି ।

କେନ୍ଦୁଝର ସ୍ଵତନ୍ତ୍ର ଭିଜିଲାନ୍ସଙ୍କ ନିର୍ଦ୍ଦେଶକ୍ରମେ ତାଙ୍କର ବଂଶପାଳସ୍ଥିତ ଅଫିସ , କେନ୍ଦୁଝର ସ୍ଥିତ ସରକାରୀ ବାସଭବନ ଓ ଭାଲକି ପାତାଳା ସ୍ଥିତ ତିନି ମହଲା କୋଠା ଓ ତେଲକୋଇ ସ୍ଥିତ ବାପାଙ୍କ ଘର ସହ ଶ୍ୱଶୁର ଘରେ ଚଢାଉ ଜାରି ରହିଛି । ଏହି ଚଢାଉରେ ବାଲେଶ୍ଵର ଭିଜିଲାନ୍ସ ଏସପିଙ୍କ ସମେତ ୩ ଜଣ ଡିଏସପି , ୭ ଜଣ ଇନସ୍ପେକ୍ଟର , ୨ ଜଣ ଏଏସଆଇ , ୯ ଜଣ କନଷ୍ଟେବଳ ଆଦି ଚଢାଉରେ ସାମିଲ ହୋଇଛନ୍ତି ।