ମଙ୍ଗଳବାର ବଙ୍ଗୋପସାଗର ସୃଷ୍ଟି ହେବ ଘୁର୍ଣ୍ଣିବଳୟ, ବାତ୍ୟା ଆଶଂକା

ଭୁବନେଶ୍ୱର: (ସଂକେତ୍ ଟିଭି) ଆସନ୍ତା ମଙ୍ଗଳବାର ଆଣ୍ଡାମାନସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ୧୯ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ଜେଏଫଏସ ମଡେଲ ଅନୁସାରେ, ୨୧ ତାରିଖ ପରଠାରୁ ବଙ୍ଗୋପସାଗରରେ ବାତ୍ୟା ଘନୀଭୂତକାରୀ ଉପାଦାନ ସକ୍ରିୟ ରହିବ। ତେବେ ୧୭ ତାରିଖ ପରେ ହିଁ ବାତ୍ୟାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ଅନ୍ୟପଟେ ଆମେରିକୀୟ ପାଣିପାଗ ସଂସ୍ଥା ଦିବା କରିଛି ଯେ, ଆସନ୍ତା ୨୨ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସୀତାଙ୍ଗ ନାମକ ମହାବତ୍ୟା ସୃଷ୍ଟି ହୋଇପାରେ। ଏହାକୁ ଭାରତୀୟ ପାଣିପାଗ ବିଭାଗ ଖଣ୍ଡନ କରିଛି। ଏହି ଆକଳନର କୌଣସି ଆଧାର ନାହିଁ। ସାତ ଦିନ ପୂର୍ବର ଅନୁମାନକୁ ବିଶ୍ୱାସ କରାଯାଇପାରିବ ନାହିଁ। ଅନ୍ୟଦେଶ ତୁଳନାରେ ଭାରତୀୟ ପାଣିପାଗ ବିଭାଗର ଆକଳନ ସବୁଠୁ ଅଧିକ ବିଶ୍ୱସ୍ତ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଦାବି କରିଥିଲେ। ତେବେ ମହାପାତ୍ରଙ୍କ ବୟାନ ଅନ୍ୟ ଭାରତୀୟ ପାଣିପାଗ ବିଶେଷଜ୍ଞଙ୍କ ବୟାନ ସହିତ ତାଳମେଳ ରହୁନାହିଁ।