ଯାତ୍ରୀବାହୀ ବସରୁ ଜବତ୍ ହେଲା ୪୦ଟି କଇଁଛ

ବାଲିଆପାଳ: (ଉମାକାନ୍ତ ନାୟକ) ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର ରାଜଘାଟ ବାଇପାସ ନିକଟରୁ 40 ଟି କଇଁଛ ଜବତ କରାଯାଇଛି । ଏହା ସହିତ ଜଣେ ବେପାରୀକୁ ମଧ୍ଯ ଜଳେଶ୍ବର ବନ ବିଭାଗ ଗିରଫ କରିଛି ।

ସୂଚନା ଅନୁସାରେ, ସାଇରାମ ନାମକ ବସ ଯୋଗେ ବାଲେଶ୍ବରରୁ ପଶ୍ଚିମବଙ୍ଗକୁ କଇଁଛ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ବନବିଭାଗ ରାଜଘାଟ ନିକଟରେ ବସ ଉପରେ ଚଢଉ କରିଥିଲା । ଚଢଉ ସମୟରେ 40ଟି କଇଁଛ ସମେତ ଗୋଟିଏ ବାଇକକୁ ଜବତ କରାଯାଇଥିଲା । ଗିରଫ ହୋଇଥିବା ଯୁବକ ଜଣକ ପଶ୍ଚିମବଙ୍ଗର ବୋଲି ଜଣା ପଡିଛି । ସେ ଧାମରାରୁ କଇଁଛ ନେଇ ପଶ୍ଚିମବଗଂ କୁ ଯାଉଥିଲା । ବେପାରୀକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ।