ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

ଭଦ୍ରକ: (ସଂକେତ୍ ଟିଭି) ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବିଜେଡି ପକ୍ଷରୁ ଅବନ୍ତୀ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅବନ୍ତୀ ଆଜି ସକାଳୁ ନିଜ ବାସଭବନରୁ ପୂଜାର୍ଚ୍ଚନା କରି ଦଳୀୟ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ତିହିଡ଼ିରୁ ବାହାରି ଧାମନଗର ଓ ସେଠାରୁ ଭଦ୍ରକ ଆସିଥିଲେ। ଭଦ୍ରକର ନେହେରୁ ଷ୍ଟାଡିୟମ୍ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଭଦ୍ରକ ସହର ପରିକ୍ରମା କରିଥିଲେ।

ଏହି ଶୋଭାଯାତ୍ରାରେ ବିଜେଡ଼ିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ବିଧାୟକ ଅମର ଶତପଥୀ, ବିଧାୟକ ପ୍ରଫୁଲ୍ଲ ସାମଲ, ସାଂସଦ ସୁଲତା ଦେ, ସାଂସଦ ମୁନା ଖାନ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ସଞ୍ଜୀବ ମଲ୍ଲିକ, ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ, ବିଧାୟକ ଅଶୋକ ବଳ, ବିଧାୟକ ସୁନନ୍ଦା ଦାସ, ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ ଙ୍କ ସମେତ ଭଦ୍ରକ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀ ଯୋଗଦେଇଥିଲେ।