ଟି-୨୦ ବିଶ୍ବକପ୍ : ବୁମରାଙ୍କ ସ୍ଥାନରେ ଟିମ୍ ରେ ସାମିଲ ହେଲେ ମହମ୍ମଦ ସାମି

ମୁମ୍ବାଇ : (ସଂକେତ୍ ଟିଭି) ଟି-୨୦ ବିଶ୍ବକପ କ୍ରିକେଟରେ ଜସପ୍ରୀତ ବୁମରାଙ୍କ ବଦଳ ଖେଳାଳି ଭାବେ ପେସ ବୋଲର ମହମ୍ମଦ ସାମିଙ୍କୁ ଘୋଷଣା କରାଯାଇଛି । ଆହତ ଜନିତ କାରଣରୁ ବୁମରା ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଯାଇଥିବା ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି । ବିସିସିଆଇ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯାଇଛି ।

ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଘୋଷଣା କରାଯାଇଛି । ସାମି ଶୁକ୍ରବାରଦିନ ଅଷ୍ଟ୍ରେଲିଆର ବ୍ରିସବେନରେ ପହଞ୍ଚି ଟିମ ସହିତ ଯୋଗ ଦେଇସାରିଛନ୍ତି । ଶାର୍ଦ୍ଦୁଲ ଓ ସିରାଜ ଖୁବଶୀଘ୍ର ଅଷ୍ଟ୍ରେଲିଆରେ ପହଞ୍ଚିବେ ।

ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ନାମିବ୍ୟାକୁ ଭେଟିବ । ଆସନ୍ତା ୨୩ ଅକ୍ଟୋବରରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିରୋଧରେ ଖେଳିବ । ବିଶ୍ବକପର ଫାଇନାଲ ମ୍ୟାଚ ଆସନ୍ତା ନଭେମ୍ବର ୧୩ରେ ଖେଳାଯିବ ।