ସପ୍ତମ ଥର ପାଇଁ ମହିଳା ଏସିଆ କପ ଜିତିଲା ଭାରତ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଭାରତୀୟ ମହିଳା କ୍ରିକେଟ ଦଳ ସପ୍ତମ ଥର ପାଇଁ ଏସିଆ କପର ବିଜେତା ହୋଇଛି। ବାଂଲାଦେଶର ସିଲହଟ ଇଣ୍ଟରନ୍ୟାଶନାଲ ଷ୍ଟାଡ଼ିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୮ ଓ୍ୱିକେଟରେ ଶୋଚନୀୟ ପରାସ୍ତ କରି ଏହି ଟ୍ରଫି ହାସଲ କରିଛି।

ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାର ଦଳ ବହୁତ ଖରାପ ପ୍ରଦର୍ଶନ କରିଥିଲା। ଅଧିନାୟକ ଚାମାରି ଅଟାପାଟ୍ଟୁ ଏବଂ ୱିକେଟ କିପର ଅନୁଷ୍କା ସଞ୍ଜୀବନୀଙ୍କ ଓପନିଂ ଯୋଡି ମନ୍ଥର ଆରମ୍ଭ ହୋଇଥିଲା। ତୃତୀୟ ଓଭରରେ ଆଠ ରନ ସ୍କୋରରେ ଶ୍ରୀଲଙ୍କା ଦଳ ପ୍ରଥମ ଝଟକା ପାଇଥିଲା। ୧୨ ବଲରେ ୬ ରନ ସ୍କୋର କରିବା ପରେ କ୍ୟାପଟେନ ଚାମାରି ଅଟପାଟ୍ଟୁ ଆଉଟ ହୋଇଥିଲେ। ଏହାପରେ ଶ୍ରୀଲଙ୍କା ଦଳର ପତନ ଆରମ୍ଭ ହୋଇଥିଲା। ଜବାବରେ ଭାରତ ମାତ୍ର ୮.୩ ଓଭରରେ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି।