ଡିସେମ୍ବରରେ ହେବ ୨୦୨୩ ଆଇପିଏଲ ପାଇଁ ଖେଳାଳୀ ନିଲାମୀ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ୨୦୨୩ରେ ହେବାକୁ ଥିବା ଆଇପିଏଲ ପାଇଁ ଆଗାମୀ ଡିସେମ୍ବର ମାସ ୧୬ ତାରିଖରେ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ନିଲାମୀରେ ପୂର୍ବ ନିଲାମୀ ଅପେକ୍ଷା ଅନେକ ପରିବର୍ତ୍ତନ କରାଯାଇଥିବା ସୂଚନା ରହିଛି।

ଏହା ସହିତ ଏହି ମେଗା ନିଲାମୀରେ ଯେଉଁ ୯୦ କୋଟିର ଅର୍ଥରାଶିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ରାଶିକୁ ବଢାଇ ୯୫ କୋଟି କରି ଦିଆଯାଇଥିବା ଜଣାପଡ଼ିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଏହି ମିନି ନିଲାମୀ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। କ୍ରିକେଟ ପ୍ରଶଂସକଙ୍କୁ ଏକ ମିନି ନିଲାମୀ ମଧ୍ୟ ଦେଖିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି କି ସେପ୍ଟେମ୍ବର ମାସରେ ପଠାଯାଇଥିବା ସୂଚନାରେ କହିଥିଲେ କି ଆଇପିଏଲ ଆସନ୍ତା ବର୍ଷ ଘରୋଇ ଓ ବିରୋଧୀଙ୍କ ମଇଦାନରେ ଆୟୋଜିତ କରାଯିବ। ସମସ୍ତ ୧୦ଟି ଯାକ ଦଳ ନିଜର ଘରୋଇ ମୈଦାନରେ ଖେଳିବେ। ବିସିସିଆଇ ୨୦୨୦ ପରେ ପ୍ରଥମ ଥର ପାଇଁ ନିଜର ପୂର୍ଣ୍ଣ ଘରୋଇ ନିୟମ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଛି। ଯେଉଁଥିରେ ବିରୋଧୀ ଟିମ ଅନୁଯାୟୀ ପୁରୁଣା ଫର୍ମାଟରେ ଖେଳାଯିବ।