ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍
ବାରିପଦା: (ସଂକେତ୍ ଟିଭି) ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନ୍ଏସିର ୧ ନମ୍ବର ଓ୍ୱାର୍ଡରେ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପିନେଲେ ତିନି ଦୁର୍ବୁତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ସୋମବାର ମଧ୍ୟାହ୍ନରେ ରୀନାରାଣୀ ସେଠୀ ଉଦଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାମ୍ନା ରାସ୍ତାରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ହଠାତ୍ ୩ଜଣ ଯୁବକ ବାଇକ୍ରେ ଆସି ଏକ ମୋବାଇଲ୍ ନମ୍ବର ବାବଦରେ ପଚାରିଥିଲେ । ରୀନାରାଣୀ କିଛି କହିବା ପୂର୍ବରୁ ଜଣେ ଦୁର୍ବୃତ୍ତ ତାଙ୍କ ବେକରେ ପିନ୍ଧିଥିବା ସୁନାଚେନ୍କୁ ଛିଣ୍ଡାଇ ଦେଇଥିଲେ । ଏହାପରେ ଏକ ବାଇକ୍ରେ ବସି ସେଠାରୁ ଚମ୍ପଟ ମାରିଥିଲେ । ସେପଟେ ଲୁଟ୍ ସଂପର୍କରେ ସୂଚନା ପାଇ ଉଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହି ଲୁଟ୍ରେ ୩ଜଣ ସାମିଲ ଥିବା ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।