ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା : (ସଂକେତ୍ ଟିଭି) ଆସନ୍ତା ନଭେମ୍ବର ୧ରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ଯଟକଙ୍କ ପାଇଁ ଖୋଲିବ । ଏନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ନଭେମ୍ବର ୧ରୁ ପର୍ଯ୍ଯଟକମାନେ ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ମଜା ନେବେ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ ।

ଦେଶର ଅଷ୍ଟମ ଜୈବମଣ୍ଡଳ ଶିମିଳିପାଳର ଜୈବବିଭିଧତାକୁ ଉପଭୋଗ କରିବାକୁ ପ୍ରତିବର୍ଷ ଦେଶ ବିଦେଶର ପର୍ଯ୍ୟଟକମାନେ ଆକର୍ଷିତ ହୋଇ ଆସିଥାନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ଉଭୟ ଲୁଲୁଂ ଏବଂ ଯଶୀପୁର ପଟରୁ ପ୍ରବେଶ କରିବାକୁ ବ୍ୟବସ୍ଥା ରଖାଯାଇଛି। ଶିମିଳିପାଳ ମଧ୍ୟକୁ ପ୍ରବେଶ ପାଇଁ ଉଭୟ ପ୍ରକାର ପର୍ଯ୍ୟଟକ ଅର୍ଥାତ ଡେ ଟୁରିଷ୍ଟ ଏବଂ ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି।

ଶିମିଳିପାଳ ଅଭୟାରଣ୍ୟ ଭିତରେ ୫ଟି ଇକୋଟୁରିଜିମ କପ୍ଲେକ୍ସ ଯଥା ରାମତୀର୍ଥ, ଗୁଡୁଗୁଡିଅ।, କୁମାରୀ, ଜାମୁଅ।ଣି ଏବଂ ବରେହିପାଣି ରେ ରାତ୍ରୀ ରହଣୀର ବ୍ୟବସ୍ଥା ରଖାଯାଇଛି। ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳକୁ ଅଧିକ ଉପଭୋଗ୍ୟ କରିବାକୁ ସାଇକେଲ ରାଇଡିଂ ଏବଂ ପିଲାମାନଂକ ପାଇଁ ଇନଡୋର ଗେମ ଇତ୍ୟାଦିର ବ୍ୟବସ୍ଥା ରଖାଯାଇଥିବା ସଂପର୍କରେ ସୂଚନା ଦିଅଯାଇଛି।