EntertainmentLatest

ସାମ୍ନାକୁ ଆସିଲା ଅଭିନେତ୍ରୀ ବୈଶାଳୀ ଟକ୍କରଙ୍କ ସୁଇସାଇଡ୍ ନୋଟ୍

ମୁମ୍ଵାଇ: (ସଂକେତ୍ ଟିଭି) ୩୦ ବର୍ଷିୟ ଟିଭି ଅଭିନେତ୍ରୀ ବୈଶାଳୀ ଟକ୍କର ନିଜ ଘରେ ଆତ୍ମହତ୍ୟା କରିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିବାହକୁ ଆଉ ମାତ୍ର ୪ ଦିନ ଥିବା ବେଳେ ସେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ନୋଟର ରହସ୍ୟ ଏବେ ସାମ୍ନାକୁ ଆସିଛି। ସେଥିରେ ସେ କହିଛନ୍ତି କି ରାହୁଲ ନାବଲାନି ତାଙ୍କୁ ହଇରାଣ କରୁଥିଲେ। ରାହୁଲ ବୈଶାଳୀଙ୍କ ପଡ଼ୋଶୀ ଥିଲେ। ତାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପୋଲିସ୍‌ ଏକ ମାମଲା ରୁଜୁ କରିଛି।

ବୈଶାଳୀ ଟକ୍କର ଓ ରାହୁଲ ନାବଲାନି

ଠକ୍କରଙ୍କ ଆତ୍ମହତ୍ୟା ଖବର ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି । ଯାହା ସମସ୍ତଙ୍କୁ ଏକ ବଡ଼ ଝଟକା ଲାଗିଛି। ଜଣେ ୩୦ ବର୍ଷ ଅଭିନେତ୍ରୀ, ଯିଏକି ଅଧିକ ଶୀର୍ଷକୁ ଯିବାକୁ ଚାହୁଁଥିଲେ, ଏବେ ସେ ଆଉ ନାହାନ୍ତି। ଆତ୍ମହତ୍ୟା ନୋଟର ରହସ୍ୟ ଏବେ ସାମ୍ନାକୁ ଆସିଛି। ସେଥିରେ ସେ କହିଛନ୍ତି କି ରାହୁଲ ନାବଲାନି ତାଙ୍କୁ ହଇରାଣ କରୁଥିଲେ। ରାହୁଲ ତାଙ୍କୁ ଶାରୀରିକ ଓ ମାନସିକ ଭାବେ ହଇରାଣ କରୁଥିବା କଥା ସେ ଲେଖିଛନ୍ତି। ତାଙ୍କ ଡାଏରିରେ ରାହୁଲଙ୍କ ସହ ଦିଶା ନାମ୍ନୀ ଜଣେ ଝିଅ ବିଷୟରେ ବି ଲେଖାଅଛି। ସେ ଶେଷରେ ‘ଆଇ କୁଇଟ୍‌’ ବୋଲି ଲେଖିଛନ୍ତି। ରାହୁଲ ବୈଶାଳୀଙ୍କ ପଡ଼ୋଶୀ ଥିଲେ। ତାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପୋଲିସ୍‌ ଏକ ମାମଲା ରୁଜୁ କରିଛି। ଏହା ସହ ରାହୁଲ ଏବଂ ବୈଶାଳୀଙ୍କ ସମ୍ପର୍କକୁ ନେଇ ନୂଆ ଖୁଲାସା ହୋଇଛି।

ଜାଣିବାକୁ ମିଳିଛି ଯେ ଅକ୍ଟୋବର ୨୦ ତାରିଖରେ ବୈଶାଲୀଙ୍କ ବିବାହ ହୋଇଥାନ୍ତା। ନିଜର ନୂଆ ଜୀବନକୁ ସ୍ବାଗତ କରିବା ପରିବର୍ତ୍ତେ ଜୀବନ ହାରି ଦେଇଛନ୍ତି ବୈଶାଲୀ। ଗଣମାଧ୍ୟମ ରପୋର୍ଟ ଅନୁଯାୟୀ ମିଥେଶଙ୍କୁ ବିବାହ କରିଥାନ୍ତେ ସେ। ମିଥେଶ ହେଉଛନ୍ତି କାଲିଫର୍ଣ୍ଣିଆସ୍ଥିତ ସଫ୍ଟୱେୟାର୍‌ ଇଞ୍ଜିନିୟର୍‌। ମାତ୍ର କେଉଁଠି ନା କେଉଁଠି ବୈଶାଲୀଙ୍କ ମନରେ ଭୟ ଥିବା ଯେ ପୂର୍ବଥର ପରି ଏଥର ବି ତାଙ୍କ ପୂର୍ବ ପ୍ରେମିକ ତାଙ୍କ ବିବାହରେ ବାଧା ଉପୁଜାଇବେ। କା‌ରଣ ପୂର୍ବରୁ ରାହୁଲଙ୍କ କାରଣରୁ ବୈଶାଲୀଙ୍କର ଏକ ବିବାହ ଭାଙ୍ଗି ସାରିଛି।

ଅଭିନେତ୍ରୀଙ୍କ ଭାବୀ ସ୍ୱାମୀଙ୍କୁ ତାଙ୍କର ଏବଂ ବୈଷାଳୀଙ୍କ ସମ୍ପର୍କ ବିଷୟରେ କହୁଥିଲେ। ଏହା ପୂର୍ବୁରୁ ମଧ୍ୟ ରାହୁଲ୍‌ ତାଙ୍କ ବିବାହ ଭାଙ୍ଗିଥିଲା । ଏହା ସବୁ ଦେଖି ବୈଶାଳୀ ଆଉ ସହି ପାରି ନଥିଲେ। ଆତ୍ମହତ୍ୟା ଭଳି ଏକ ବଡ ପଦକ୍ଷେପ ନେଇ ତାଙ୍କ ଜୀବନ ଶେଷ କରିଥିଲେ।

ରାହୁଲ ବୈଶାଳୀଙ୍କୁ କାହିଁକି ହଇରାଣ କରୁଥିଲେ?
ତେଜା ନଗର ପୋଲିସ ଅନୁଯାୟୀ ରାହୁଲ ଏବେ ପୋଲିସର ହେପାଜତରୁ ଫେରାର ଅଛନ୍ତି । ତାଙ୍କର ସନ୍ଧାନ ଜାରି ରହିଛି । ରାହୁଲ ଏବଂ ବୈଶାଳୀଙ୍କ ଆଫେୟାର ଥିଲା । ରାହୁଲ ଅଭିନେତ୍ରୀଙ୍କୁ ଜୀବନରେ ଆଗକୁ ବଢିବାକୁ ଦେଉନଥିଲେ। ଏ ବିଷୟରେ ବୈଶାଳୀଙ୍କ ପୁରା ପରିବାର ଜାଣିଥିଲେ। ପରିବାର ସଦସ୍ୟଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ ରାହୁଲ ବୈଶାଳୀଙ୍କ ବିଷୟରେ ମିଥ୍ୟା ଗୁଜବ ପ୍ରଚାର କରୁଥିଲେ।

ଆତ୍ମହତ୍ୟା ନୋଟରେ ବୈଶାଳୀ କ’ଣ ଲେଖିଥିଲେ?
ଆତ୍ମହତ୍ୟା ନୋଟରେ ରାହୁଲଙ୍କ ପାଇଁ ଦଣ୍ଡ ଦାବି କରିଛନ୍ତି। ପିତାମାତା ଏବଂ ଭବିଷ୍ୟତର ସ୍ୱାମୀ ମିତେଶଙ୍କୁ କ୍ଷମା ମାଗିଛନ୍ତି। ଏହା ସହ ନୋଟରେ ଲେଖା ହୋଇଛି –I Quit ମାଆ । ଲଭ ୟୁ ମାଆ ପାପା । ମୁଁ ଦୁଃଖିତ, ଭଲ ଝିଅ ହୋଇପାରିଲି ନାହିଁ । ଦୟାକରି ରାହୁଲ ଏବଂ ତାଙ୍କ ପରିବାରକୁ ଦଣ୍ଡ ଦିଅନ୍ତୁ। ମାନସିକ ସ୍ତରରେ ରାହୁଲ ଏବଂ ଦିଶା ମୋତେ ୨.୫ ବର୍ଷ ଟର୍ଚ୍ଚର କରିଛନ୍ତି। ଯଦି ନହେବ ତାହାଲେ ମୋ ଆତ୍ମା ​​ଶାନ୍ତି ପାଇବ ନାହିଁ। ତମକୁ ମୋ ରାଣ। ଖୁସିରେ ରହିବ। ମିତେଶଙ୍କୁ କହିବା ମୋତେ କ୍ଷମା କରି ଦେବ।

ବର୍ତ୍ତମାନ ବୈଶାଳୀଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ଆଶା କରୁଛି ଖୁବ୍ ଶୀଘ୍ର ରାହୁଲ ପୋଲିସର ହେପାଜତରେ ଆସିବେ । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ।