ଆସୁଛି ସାମୁଦ୍ରିକ ବାତ୍ୟା ସିତ୍ରଙ୍ଗ , ସରକାରୀ ଛୁଟି ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ବର : (ସଂକେତ୍ ଟିଭି) ଦକ୍ଷିଣ ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଭୁବନେଶ୍ୱର ଆଂଚଳିକ ବିଜ୍ଞାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ –ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରକୁ ଏହା ଗତି କରିବା ପରେ ସୃଷ୍ଟି ହୋଇଥିବା ଲଘୁଚାପ ୪୮ଘଣ୍ଟା ପରେ ଅଧିକ ଘନିଭୂତ ହେବ ବୋଲି କୁହାଯାଇଛି । ତେବେ ବାତ୍ୟା ହେବ କି ନାହିଁ ତାହା ଆସନ୍ତା ୨୦ ତାରିଖ ବେଳକୁ ସ୍ପଷ୍ଟ ହେବ । ଏହା ବାତ୍ୟା ହେଲେ ଥାଇଲାଣ୍ଡ ଦ୍ବାରା ଦିଆଯାଇଥିବା ନାଁ ସିତ୍ରଙ୍ଗ ନାମରେ ନାମିତ ହେବ ।

ଦକ୍ଷିଣ-ପୂର୍ବ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ପାରେ । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଏବଂ ଏହା ପରେ ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ଅବପାତ ସୃଷ୍ଟିହେବା ପାଇଁ ପାଗ ଅନୁକୁଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବା ବେଳେ, ଓଡ଼ିଶାକୁ ଏକ ବଡ ବର୍ଷା ଆସୁଛି ବୋଲି କୁହାଯାଇଛି । ଏଥିରେ ଉପକୂଳ ଦକ୍ଷିଣ ଆଭ୍ୟନ୍ତରିଣ ଓଡିଶା ପ୍ରବାଭିତ ହେବା
ସହିତ ଅଧିକାଂଶ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ (ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ପଡ଼ୋଶୀ ଅଞ୍ଚଳ ଉପରେ ସୋମବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତରରେ ଅବସ୍ଥିତ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ (ବୁଧବାର ଅଥବା ଗୁରୁବାର ସକାଳ ସୁଦ୍ଧା) ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଏବଂ ସଂଲଗ୍ନ ପୂର୍ବଦିଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତୀ ସମୟରେ ଲଘୁଚାପଟି ଅଧିକ ଘନୀଭୂତ ହେବା ସହ ଏହାର ତୀବ୍ରତା ବଢ଼ିବ ଏବଂ ଏହା କେନ୍ଦ୍ରୀୟ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତିକରିବ।

୨୧ ତାରଖରୁ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇପରେ! ୨୨ କିମ୍ବା ୨୩ ତାରିଖ ବେଳକୁ ଲଘୁଚାପଟି ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇପାରେ! ତେବେ, ଲଘୁଚାପ ସୃଷ୍ଟି ହେବାପରେ ହିଁ ଯାଇ ଏସବୁର ଏକ ଆବଳନ କରିହେବ ବୋଲି ସେ କହିଛନ୍ତି।

ସାମ୍ଭବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଉପକୂଳବର୍ତ୍ତୀ ସାତ ଜିଲ୍ଲାଗୁଡିକୁ ସତର୍କ ଜାରି କଲେ ସରକାର । ଏହି ସବୁ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଛି । ସଂପୃକ୍ତ କର୍ମଚାରୀଙ୍କ ଜିଲ୍ଲା ହେଡ୍‌ କ୍ୱାର୍ଟର୍ସ ନଛାଡିବା ନିର୍ଦ୍ଦେଶ । ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ହେଡ୍‌ କ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।