କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ଜଣଙ୍କ ମୃତ୍ୟୁ

ଡେରାଡୁନ୍ : (ସଂକେତ୍ ଟିଭି) କେଦାରନାଥ ନିକଟରେ ଆଜି ହେଲିକପ୍ଟର ଦୁର୍ଘଟଣା ହୋଇଛି । କେଦାରନାଥ ଠାରୁ ୨ କିଲୋମିଟର ଦୂର ଗରୁଡଚଟ୍ଟିରେ ଘଟିଥିବା ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କେଉଁ କାରଣ ପାଇଁ ଏହି କ୍ରାସ ହୋଇଛି ତା ଜଣାପଡିନି । ଖରାପ ପାଗ ହେତୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ରୋଇ କମ୍ପାନୀର ହେଲିକପ୍ଟରଟି ଗୁପ୍ତକାଶୀରୁ କେଦାରନାଥ ଅଭିମୁଖେ ଉଡାଣ ଭରିଥିଲା । ଏଥିରେ ପାଇଲଟଙ୍କ ବ୍ୟତୀତ ୬ ଜଣ ଯାତ୍ରା କରୁଥିଲେ । ସମସ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ କେଉଁ କାରଣରୁ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ କିଛିଦିନ ହେବ ପାଗ ଖରାପ ଥିବାବେଳେ ଲଗାତାର ବର୍ଷା ଜାରି ରହିଛି । କୁହାଯାଉଛି ଯେ ଖରାପ ପାଗ ହେତୁ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଛି ।