ଦୁଇ ବ୍ରାଉନସୁଗାର ମାଫିଆ ଗିରଫ, କୋଟିଏରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ

ବାଲେଶ୍ୱର : (ସଂକେତ୍ ଟିଭି) ପୋଲିସ ସହାୟତାରେ ଏସଟିଏଫ ବାଲେଶ୍ବର ରେଲୱେ ଷ୍ଟେସନ ନିକଟରୁ ୧ କିଲୋ ୬୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଗିରଫ ଦୁଇ ମାଫିଆ ହେଲେ ସେଖ୍ ରାଜୁ ଓ ଅମଜାଦ ଖାନ। ରାଜୁର ଘର ବାଲେଶ୍ଵର ସହରର ଆଜିମାବାଦ ଅଞ୍ଚଳରେ ଏବଂ ଅମଜାଦର ଘର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ବୋଲି ଜଣାଯାଇଛି। ଉଭୟ ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ହିରୋ ସିଡି ଡିଲକ୍ସ ବାଇକ୍ ଏବଂ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଜବତ କରାଯାଇଥିଲା । ଉଭୟଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ତେବେ ଏହି ଲିଙ୍କରେ ଆଉ କିଏ କିଏ ସାମିଲ ଅଛନ୍ତି ତାଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଚାଲିଛି ।