ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ

ଭୁବନେଶ୍ୱର : (ସଂକେତ୍ ଟିଭି) ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ବିଜେଡିରୁ ବିଦା କରାଯାଇଛି ।

ସୂଚନା ଅନୁସାରେ, ଧାମନଗର ଉପ-ନିର୍ବାଚନ ପାଇଁ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି । ସେପଟେ ଟିକେଟ୍ ନ ପାଇବାରୁ ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ତେବେ ତାଙ୍କୁ ମନାଇବାକୁ ପହଞ୍ଚିଥିଲେ ଦଳର ବହୁ ହେବିଓ୍ୱେଟ୍ । ତଥାପି ସେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ସ୍ୱାଧିନ ଭାବେ ନିର୍ବାଚନ ଲଢିବାକୁ ନିଶ୍ଚିତ କରିଥିଲେ ।

ସ୍ୱାଧୀନ ଭାବେ ନାମାଙ୍କନ ବି ଦାଖଲ କରିଥିଲେ । ହେଲେ ଏବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏବେ ଏହି ପଦକ୍ଷେପ ପରେ ନିର୍ବାଚନରେ ତାଙ୍କ ସ୍ଥିତି କଣ ହେବ ତାହା ଫଳାଫଳ ପରେ ଜଣାପଡିବ ।