ଜାତୀୟ ରାଜପଥରେ ନିର୍ମାଣ ହେବ ହେଲିପ୍ୟାଡ୍‌

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦେଶର ସମସ୍ତ ନୂତନ ଜାତୀୟ ରାଜପଥରେ ହେଲିପ୍ୟାଡ୍‌ ନିର୍ମାଣ କରାଯିବ । ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଜନସ୍ଥାନାନ୍ତରଣ ନିମନ୍ତେ ଏହି ହେଲିପ୍ୟାଡ ନିର୍ମାଣ କରାଯିବ । ‘ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀ’ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହା କହିଛନ୍ତି।

ସେ କହିଛନ୍ତି, ସମସ୍ତ ନୂତନ ରାଜପଥ ପାଖରେ ହେଲିପ୍ୟାଡ୍‌ ନିର୍ମାଣ କରାଗଲେ ଭିତ୍ତିଭୂମି ମହଜୁଦ ରହିବ ବୋଲି ଆମେ ସଡ଼କ ପରିବହନ ମନ୍ତ୍ରାଳୟ ସହିତ କଥାବାର୍ତ୍ତା କରିଛୁ। ଜରୁରୀକାଳୀନ ସମୟରେ ହେଲିପ୍ୟାଡ୍‌ ତୁରନ୍ତ ଜନସ୍ଥାନାନ୍ତରଣରେ ସାହାଯ୍ୟ କରିବ।