କଂଗ୍ରେସର ନୂଆ ସଭାପତି ହେଲେ ମଲ୍ଲିକାର୍ଜ୍ଜୁନ ଖଡଗେ

ନୂଆଦିଲ୍ଲୀ : (ସଂକେତ୍ ଟିଭି) କଂଗ୍ରେସ ସଭାପତି ଭାବରେ ମଲ୍ଲିକାର୍ଜ୍ଜୁନ ଖଡଗେ ନିର୍ବାଚିତ ହୋଇଛନ୍ତି। ସେ ସାଂସଦ ଶଶି ଥରୁରଙ୍କୁ ପରାଜିତ କରିଛନ୍ତି । ନିର୍ବାଚନରେ ଖଡଗେଙ୍କୁ ସର୍ବାଧିକ ୭ ହଜାର ୮୯୭ଟି ଭୋଟ ମିଳିଥିବା ବେଳେ ଶଶି ଥରୁରଙ୍କୁ ମାତ୍ର ୧ ହଜାର ୭୨ଟି ଭୋଟ ମିଳିଛି। ଏଣୁ ଥରୁର ବିପୁଳ ଭୋଟ ବ୍ୟବଧାନରେ ଖଡଗେଙ୍କ ଠାରୁ ପରାସ୍ତ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ବୁଧବାର ଭୋଟ ଗଣତି ହେଉଥିଲା।

ଅକ୍ଟୋବର ୧୭ ତାରିଖ ଦିନ ଅନୁଷ୍ଠିତ ଭୋଟ ଗ୍ରହଣରେ ୯୩୮୫ ଡେଲିଗେଟ୍ ଭୋଟଦାନ କରିଥିଲେ। ତେବେ ନିର୍ବାଚନ ଫଳାଫଳ ଆସିବା ପରେ ଶଶି ଥରୁର ନିର୍ବାଚନ ପ୍ରକ୍ରିୟାକୁ ପ୍ରଶ୍ନ କରି ସେ ଲେଖିଥିବା ପତ୍ର ଲିକ୍‌ ହୋଇଯିବା ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିବା ବେଳେ ସଲମାନ ସୋଜଙ୍କ ସ୍ପଷ୍ଟିକରଣ ପରେ ଅନାବଶ୍ୟକ ବିବାଦ ସମାପ୍ତ ହୋଇଯିବ ବୋଲି ଥରୁର ଆଶାପ୍ରକାଶ କରିଛନ୍ତି।