ଟି୨୦ ଓ୍ୱାର୍ଲ୍ଡ କପ୍ : ପାକିସ୍ତାନ ଟିମ୍‌କୁ ୫-ଷ୍ଟାର, ଭାରତୀୟ ଦଳକୁ ୪-ଷ୍ଟାର ହୋଟେଲ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଟି୨୦ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଥିବା ଭାରତୀୟ ଦଳକୁ ବ୍ରିସବେନ୍‌ର ଏକ ୪-ଷ୍ଟାର ହୋଟେଲରେ ରଖାଯାଇଛି । ଯେତେବେଳେ କି ପାକିସ୍ତାନର ଖେଳାଳିଙ୍କୁ ପଞ୍ଚତାରକା ହୋଟେଲରେ ରଖାଯାଇଛି । ଅନ୍ୟପଟେ ଅଷ୍ଟ୍ରେଲିଆର ଖେଳାଳୀମାନଙ୍କୁ ପଞ୍ଚତାରକା ହୋଟେଲରେ ରଖାଯାଇଛି । ଅଷ୍ଟ୍ରେଲିଆ ଟିମ୍ ରହୁଥିବା ହୋଟେଲରେ ପାକିସ୍ତାନ ଟିମ୍ କୁ ରଖାଯାଇଛି । ଭାରତୀୟ ଦଳ ରହୁଥିବା ହୋଟେଲର ନାମ ’ରାଇଡ୍ସ ଫୋରଟିଟ୍ୟୁଡ୍ ଭ୍ୟାଲି’ ରହିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ହେଉଛି ।