ଓଡ଼ିଶା ଛୁଇଁ ନପାରେ ବାତ୍ୟା, ସି-ତ୍ରଙ୍ଗ ଏବେ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ

ଭୁବନେଶ୍ୱର : (ସଂକେତ୍ ଟିଭି) ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହେଉଥିବା ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେବ। ଏନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆଜି ପୂର୍ବାହ୍ନରେ ବ‌ଙ୍ଗୋପସାଗର ଅନ୍ତର୍ଗତ ଆଣ୍ଡାମାନ ସାଗର ଓ ତତ୍‌ସଂଲଗ୍ନ ଜଳରାଶି ଉପରେ ସୃଷ୍ଟ ଲଘୁଚାପ ସମ୍ପୃକ୍ତ ଅଞ୍ଚଳରେ ରହିଛି । ଏହା ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବା ଆଶଙ୍କା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚମ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହା ପରେ ୨୪ ତାରିଖ ଆଡ଼କୁ ଏହା ପୁଣି ଉତ୍ତର ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ଅଂଚଳରେ ଘନୀଭୂତ ହୋଇପାରେ। ଏହାପରେ, ଉକ୍ତ ସାମୁଦ୍ରିକ ବାତ୍ୟା ଧୀରେ ଧୀରେ ଉତ୍ତର-ଉତ୍ତରପୂର୍ବ ଦିଗ ଆଡ଼େ ଗତିଶୀଳ ହୋଇ ଓଡ଼ିଶା ଉପକୂଳ ପାଖ ଦେଇ ମଙ୍ଗଳବାର ସୁଦ୍ଧା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।