୨୩ତମ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ମୁମ୍ବାଇ ବିଲଡର

ମୁମ୍ବାଇ : (ସଂକେତ୍ ଟିଭି) ମୁମ୍ବାଇର ଜଣେ ଜଣାଶୁଣା ବିଲଡର ଆଜି ଏକ କୋଠାର ୨୩ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ବିଲଡର ଜଣକ ହେଲେ ପାରସ ପୌଢ଼ଓ୍ବାଲ। ପୋଲିସର କହିବା ଅନୁଯାୟୀ, ପାରସ ଜିମର ବାଲକୋନୀ ଡେଇଁ ଆତ୍ମହତ୍ୟା କରିଛନ୍ତି। ଜିମରୁ ପୋଲିସ ଏକ ‘ଆତ୍ମହତ୍ୟା ନୋଟ’ ଜବତ କରିଛି। ଏଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ଏବଂ କାହାକୁ ପଚରାଉଚରା କରାଯିବା ଉଚିତ ନୁହେଁ ବୋଲି ଲେଖାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି।

ପାରସଙ୍କୁ ୫୭ ବର୍ଷ ହୋଇଥିଲା। ଅତିରିକ୍ତ ପୋଲିସ କମିଶନର ଦ୍ୟାନେଶ୍ବର ଚାଭନ କହିଛନ୍ତି ଯେ ଚିଞ୍ଚପୋକଲି ରେଳ ଷ୍ଟେସନ ନିକଟ ଶାନ୍ତି କମଲ ହାଉସିଂ ସୋସାଇଟିରେ ଥିବା ଜିମରେ ସକାଳ ପ୍ରାୟ ୬ଟା ସମୟରେ ପୋରୱାଲ ଡେଇଁପଡିଥିଲେ। ବ୍ୟକ୍ତିଗତ କାରଣରୁ ପାରସ ଆତ୍ମହତ୍ୟା କରିଛନ୍ତି। ଚାଭନ କହିଛନ୍ତି ଯେ ପାରସଙ୍କ ନିକଟରୁ ଏକ ସୁଇସାଇଡ ନୋଟ ମିଳିଛି। କିନ୍ତୁ ଏଥିରେ ସେ କାହାକୁ ଦାୟୀ କରିନାହାନ୍ତି। ସେ ଆହୁରି କହିଛନ୍ତି ଯେ କାଲାଚୌକି ପୋଲିସ୍ ଏହି ମାମଲାରେ ତଦନ୍ତ କରୁଛି। ପୌଢ଼ଓ୍ବାଲ ଅନେକ ପ୍ରୋଜେକ୍ଟରେ ଜଡ଼ିତ ଥିଲେ।