ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ୨ ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲାରେ ଶୁକ୍ରବାର ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଲିକାବାଲି ସହରରୁ ବାହାରିଥିବା ଏହି ହେଲିକପ୍ଟରଟି ତୁତିଙ୍ଗ ମୁଖ୍ୟାଳୟଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ସିଙ୍ଗିଙ୍ଗ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରରେ ୨ଜଣ ପାଇଲଟଙ୍କ ସମେତ ପାଞ୍ଚ ଜଣ ବ୍ୟକ୍ତି ଥିବା ଜଣାପଡିଛି।

ଗୌହାଟୀ ଡିଫେନ୍ସ ପିଆରଓ ଅନୁଯାୟୀ, ସେନା ହେଲିକପ୍ଟର ଟୁଟିଂ ଠାରୁ ୨୫ କିମି ଦୂର ସିଙ୍ଗିଙ୍ଗ ଗାଁ ନିକଟରେ କ୍ରାସ୍ ହୋଇଛି । ଯେଉଁଠାରେ ଏହି ଦୁର୍ଘଟଣା ଘଟିଛି ସେହି ସ୍ଥାନକୁ ଗମନାଗମନର ସୁବିଧା ମଧ୍ୟ ନାହିଁ । ଅବଶ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହେଲିକପ୍ଟରରେ ସେନାର ଦୁଇ ଯବାନ ରହିଥିବା ନେଇ କୁହାଯାଉଛି ।

ଏହି ହେଲିକପ୍ଟର ରାଜ୍ୟ ବାହାରୁ ଆସିଥିଲା । ଏହି ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା। ଯେହେତୁ କ୍ରାସ୍ ହୋଇଥିବା ସ୍ଥାନରେ କୌଣସି ସୁବିଧାଜନକ ଯୋଗାଯୋଗ ନାହିଁ ଏଥିପାଇଁ ସେଠାକୁ ଉଦ୍ଧାରକାରୀ ଦଳ ପଠାଯାଇଛି। ସେନା ସହିତ ମିଶି ସ୍ଥାନୀୟମାନେ ଲୋକମାନେ ମଧ୍ୟ ନିଖୋଜମାନଙ୍କୁ ଖୋଜା ଜାରି ରଖିଛନ୍ତି।

ସୂଚନା ଥାଉକି ରୁଦ୍ର ଏକ ଯୁଦ୍ଧ ହେଲିକପ୍ଟର। ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ୍(ହାଲ୍) ଏହାର ନିର୍ମାଣ କରିଛି। ଏହା ଧ୍ରୁବ ଆଡଭାନ୍ସ ଲାଇଟ ହେଲିକପ୍ଟରର ଏମ୍‌କେ-ଆଇଭି ଭ୍ୟାରିଏଣ୍ଟର ଯୁଦ୍ଧପାଇଁ ସୁସଜ୍ଜିତ ହେଲିକପ୍ଟର (ଡବ୍ଲୁଏସ୍‌ଆଇ) ହେଲିକପ୍ଟର।