ଆସନ୍ତାବର୍ଷରୁ ନ୍ୟୁୟର୍କ ସହରରେ ମିଳିବ ଦୀପାବଳି ଛୁଟି

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଆସନ୍ତାବର୍ଷଠାରୁ ନ୍ୟୁୟର୍କ ସହରରେ ଦୀପାବଳିକୁ ସରକାରୀ ସ୍କୁଲ ଛୁଟି ଭାବରେ ପାଳନ କରାଯିବ। ଏହାଦ୍ୱାରା ପିଲାମାନେ ଏହି ପର୍ବ ପାଳନ କରିବା ସହ ଏହାର ମହତ୍ୱ ବିଷୟରେ ଅଧିକ ଜାଣିପାରିବେ। ଅଧିକାରୀମାନେ ପବ୍ଳିକ୍ ସ୍କୁଲ୍ କ୍ୟାଲେଣ୍ଡରରୁ ଆନିଭର୍ସରୀ ଡେ ବଦଳରେ ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନ୍ୟୁୟର୍କ ଆନିଭର୍ସରୀ ଡେ ଜୁନ୍ ମାସର ପ୍ରଥମ ଗୁରୁବାର ପାଳନ କରାଯାଇଥାଏ । ଏନେଇ ମେୟର ଏରିକ୍ ଆଡାମ୍ମସ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ନ୍ୟୁୟର୍କରେ ଭାରତୀୟ କନସୁଲ୍ ଜେନେରାଲ୍ ରାନ୍ଧୀର ଜୟସୱାଲ କହିଛନ୍ତି ଯେ ଏହା ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ଦୀର୍ଘ ଦିନର ଦାବି ରହିଆସିଥିଲା । ଏହି ଅନୁମତି ନ୍ୟୁୟର୍କ ସହରର ବିବିଧତା ଏବଂ ସବୁ ସଂପ୍ରଦାୟକୁ ଏକ ଗଭୀର ଅର୍ଥ ପ୍ରଦାନ କରୁଥିବାବେଳେ, ବିଭିନ୍ନ ବର୍ଗର ଲୋକଙ୍କୁ ଭାରତୀୟ ନୈତିକତା ଏବଂ ଐତିହ୍ୟକୁ ଅନୁଭବ କରିବା, ପାଳନ କରିବା ଏବଂ ଉପଭୋଗ କରିବାକୁ ଅନୁମତି ଦେଇଥାଏ।