ପାକିସ୍ତାନ ଯିବେନି କିନ୍ତୁ ଅଷ୍ଟ୍ରେଲିଆରେ ତା ସହିତ ଖେଳିବେ : ଓବେସୀ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ବିସିସିଆଇ କହୁଛି ଆମେ ପାକିସ୍ତାନ ଯିବୁ ନାହିଁ କିନ୍ତୁ ପାକିସ୍ତାନ ସହ ଅଷ୍ଟ୍ରେଲିଆରେ ଖେଳିବୁ । ଏକଥା କହି ଚର୍ଚ୍ଚାକୁ ଆସିଛନ୍ତି ଏଆଇଏମଆଇଏମ ସାଂସଦ ଅସଦୁଦ୍ଦୀନ ଓବେସୀ । ସେ କହିଛନ୍ତି ଯେ ଗୋଟିଏ ପଟେ ଆମେ ପାକିସ୍ତାନ ଯିବାକୁ ଚାହୁନାହୁଁ କିନ୍ତୁ ଅନ୍ୟପଟେ ପାକିସ୍ତାନ ସହ ମ୍ୟାଚ୍ ଖେଳୁଛୁ।

ରବିବାର ମେଲବର୍ଣ୍ଣରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍ ୨୦୨୨ ର ଖେଳାଯିବ। ଏହା ପୂର୍ବରୁ ଓବେସୀ ଏହି ବୟାନ ଦେଇଛନ୍ତି । ପ୍ରକୃତରେ ସେ ବିସିସିଆଇର ସେହି ନିଷ୍ପତ୍ତିର ବିରୋଧ କରିଛନ୍ତି ଯେଉଁଥିରେ ବିସିସିଆଇ କହିଥିଲା ଯେ ଆମେ ଆମ ଟିମ୍‌କୁ ପାକିସ୍ତାନ ଗସ୍ତରେ ପଠାଇବୁନାହିଁ।

ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ଓବେସୀ କହିଛନ୍ତି ଯେ, ଯେତେଥର ଏମାନେ ପାକିସ୍ତାନର ନାଁ ନେଉଛନ୍ତି ସେତିକି ଆମେ ପୂରା ଜୀବନରେ ନେଇନଥିବୁ। ସେ ପ୍ରଶ୍ନ କରିଥିଲେ ପାକିସ୍ତାନ ସହ ମ୍ୟାଚ୍ କାହିଁକି ଖେଳା ଯାଉଛି ? କ’ଣ ହେବ ଯଦି ପାକିସ୍ତାନ ସହ ମ୍ୟାଚ୍ ଖେଳାନଯାଏ ? ୧୦୦୦-୨୦୦୦ କୋଟିର କ୍ଷତି ! ମ୍ୟାଚ୍ କ’ଣ ଦେଶଠାରୁ ବଡ଼ ?

ଓବେସୀ ଆହୁରି କହିଛନ୍ତି ଯେ, ଆମେ ଚାହୁଛୁ ଯେ ଭାରତ କାଲି ବିଜୟୀ ହେଉ, ମୋହମ୍ମଦ ଶାମୀ, ମୋହମ୍ମଦ ସିରାଜ ପାକିସ୍ତାନକୁ ହରାନ୍ତୁ । କିନ୍ତୁ ଏମାନେ ଭାରତ ଜିତିଲେ ଜିନ୍ଦାବାନ୍ଦ କହୁଛନ୍ତି ଏବଂ ହାରିଲେ ଖୋଜୁଛନ୍ତି କେମିତି ହାରିଲା । ସେ କହିଛନ୍ତି ଏମାନଙ୍କୁ ହିଜାବରେ ଅସୁବିଧା ଅଛି, ଦାଢ଼ିରେ ଅସୁବିଧା, କ୍ରିକେଟ ମ୍ୟାଚରେ ଅସୁବିଧା, କିନ୍ତୁ ମନେରଖନ୍ତୁ ଯେ ଆମର ଅସ୍ତିତ୍ୱ ନଷ୍ଟ ହେବାକୁ ଯାଉଛି।