ପାକିସ୍ଥାନ ସହିତ ମ୍ୟାଚ୍ ପୂର୍ବରୁ ବଡ ବୟାନ ଦେଲେ ରୋହିତ ଶର୍ମା

ମେଲବର୍ଣ୍ଣ: (ସଂକେତ୍ ଟିଭି) ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଟି-୨୦ ବିଶ୍ୱକପର ସୁପର ପର୍ଯ୍ୟାୟର ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ –ପାକିସ୍ତାନ ଭିତରେ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ବଡ ବୟାନ ଆସିଛି । ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏହି ସମ୍ମିଳନୀରେ ପାକିସ୍ତାନୀ ସାମ୍ବାଦିକ ପଚାରିଥିବା ପ୍ରଶ୍ନରେ ଉତ୍ତର ଦେଇ ମୁହଁ ବନ୍ଦ କରିଦେଇଥିଲେ । ଆଉ ରୋହିତଙ୍କ ଜବାବ ଶୁଣି ସେଠାରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପାକିସ୍ତାନୀ ସାମ୍ବାଦିକ ରୋହିତ ଶର୍ମାଙ୍କୁ ପଚାରିଥିଲେ କି ଆପଣଙ୍କ ଟିମ୍‌ ଏହି ବିଶ୍ୱକପରେ ଭାରତ ବିଜୟର ଦାବିଦାର କିମ୍ବା ଫେଭରାଇଟ୍‌ କି ? ଏହି ପ୍ରଶ୍ନର କଡ଼ା ଉତ୍ତର ଦେଇଥିଲେ ରୋହିତ । ରୋହିତ କହିଥିଲେ, ଏହି ଟୁର୍ଣ୍ଣାମେଣ୍ଟରେ କେହି ବିଜୟର ଦାବିଦାର କିମ୍ବା କେଉଁମାନେ ବିଜୟୀ ହେବା ପାଇଁ ଦାବିଦାର ନୁହେଁ । ଆମେ କାହା ଭିତରେ କିଛି ଫରକ ଦେଖୁନାହୁଁ । ଆମ ଭିତରେ କେବଳ ଗୋଟିଏ ମାଇଣ୍ଡ ସେଟ୍‌ ଥାଏ କି ଆମେ ପଡ଼ିଆରେ କିପରି ଭଲ ଖେଳିବୁ । ଆମ ଟିମ୍‌ ଭିତରେ ମଧ୍ୟ ସେମିତି ବିଚାର ଧାରା ନାହିଁ। ଏହି ଉତ୍ତରରେ ସମ୍ମିଳନୀରେ ଉପସ୍ଥିତ ଥିବା ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ରୋହିତ ଆହୁରି ମଧ୍ୟ କହିଥିଲେ କି କୌଣସି ଟିମ୍‌ ଫୋବୋରାଇଟ୍ କିମ୍ବା ଅଣ୍ଡରଡଗ୍ ହୋଇନଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ହେଉଥିବା କ୍ୱାଲିଫାୟର ମ୍ୟାଚ୍‌ । ଯେଉଁ ଟିମ୍‌ ଅତୀତରେ ବିଶ୍ୱ ବିଜେତା ହୋଇଛନ୍ତି,ସେମାନେ ବି କ୍ୱାଲିଫାୟାରରୁ ବାହାରକୁ ଯାଇଛନ୍ତି। ଆପଣଙ୍କ ବିଜୟ ଆପଣଙ୍କ ପ୍ରଦର୍ଶନ ଉପରେ ନିର୍ଭର କରେ । ସବୁବେଳେ ଚେଷ୍ଟା କରିବା ଦରକାର କି ଆପଣ କେମିତି ପ୍ରସ୍ତୁତ ଅଛନ୍ତି, ଆଉ ପଡ଼ିଆ ମଧ୍ୟରେ କେମିତି ପଳାଫଳ ଆପଣଙ୍କ ସପକ୍ଷରେ ଯାଉଛି ।