ୟୁକ୍ରେନ୍ ଛାଡ଼ିବାକୁ ନାରାଜ ୧୫୦୦ ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ମରିବୁ ନହେଲେ ପଢିବୁ ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଅଫରକୁ ପ୍ରତ୍ୟାଖାନ କଲେ ୟୁକ୍ରେନ୍‌ରେ ଫସିଥିବା ଛାତ୍ର । ୟୁକ୍ରେନ୍‌ରେ ଗତ ଏକ ବର୍ଷ ଧରି ଋଷର ଆକ୍ରମଣ ଜାରି ରହିଛି । ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ୟୁକ୍ରେନ୍ ନାଗରିକ ଦେଶ ଛାଡ଼ି ପଳାୟନ କରୁଛନ୍ତି । ଏହି ମଧ୍ୟରେ ୟୁକ୍ରେନ୍‌ରେ ରହିଯାଇଥିବା ଆଉ ୧୫୦୦ ଭାରତୀୟ ଛାତ୍ରଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ମୋଦି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍‌କୁ ସେମାନେ ପ୍ରତ୍ୟାଖାନ କରିଛନ୍ତି । ଦିନକୁ ଦିନ ଋଷର ଆକ୍ରମଣ ବଢିବା କାରଣରୁ ଭାରତୀୟ ଛାତ୍ରଛାତ୍ରୀ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ ଛାଡ଼ିବା ପାଇଁ ସରକାର ଆହ୍ୱାନ କରିଛନ୍ତି । ଏତଦ୍ ସଚୋ ମଧ୍ୟ ୧୫୦୦ ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନ୍ ଛାଡ଼ିବାକୁ ନାରାଜ ।

ସେମାନଙ୍କ କହିବା ଅନୁଯାୟୀ, ଆମେ ଆମ ପାଠ ପଢା ସମ୍ପୂର୍ଣ୍ଣ କରିବାକୁ ଚାହୁଁଛୁ । ଏଥିପାଇଁ ଯଦି ତାଙ୍କୁ କବରରେ ଯିବାକୁ ପଡ଼େ ତେବେ ତାଙ୍କୁ ମଞ୍ଜୁର । ସେହିପରି ଜଣେ ଛାତ୍ର କହିଛନ୍ତି ଯେ, ଆମେ କିଛି ମାସ ତଳେ ୟୁକ୍ରେନ୍‌ ଫେରିଛୁ । ପାଠ ପଢିବା ପାଇଁ ସବୁ ପ୍ରକାରର ବାଧାବିଘ୍ନ ସାମ୍ନା କରୁଛୁ । ଆମେ ଆମ ପାଠ ପଢା ପୂରଣ କରିବା ପରେ କିମ୍ବା କବରରେ ଭାରତରେ ଫେରିବୁ ।

ଏତଦ୍ ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । କାରଣ ସେମାନଙ୍କୁ ଭାରତରେ କୌଣସି ମେଡିକାଲ କଲେଜରେ ଥଇଥାନ କରାଯାଇ ନାହିଁ । ଅନଲାଇନ୍ କ୍ଲାସ୍ କରି ଡିଗ୍ରୀ କରିଥିବା ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବ ନାହିଁ ବୋଲି ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ସ୍ପଷ୍ଟ କରି ସାରିଛି । ଏହି କାରଣରୁ ୟୁକ୍ରେନରେ ପାଠ ପଢିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।