୨୦୨୩ ଅଗଷ୍ଟ ସୁଦ୍ଧା ଲଞ୍ଚ ହେବ ବିଏସଏନଏଲ ୫ଜି ସେବା

ନୂଆଦିଲ୍ଳୀ : (ସଂକେତ୍ ଟିଭି) ବିଏସଏନଏଲ ୫ଜି ଲଞ୍ଚ ୨୦୨୩ ଅଗଷ୍ଟ ସୁଦ୍ଧା କରାଯିବ। ଟେଲିକମ୍ ମନ୍ତ୍ରାଳୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି । ତେବେ ୫ଜି ପୂର୍ବରୁ ବିଏସଏନଏଲ ୪ଜି ମଧ୍ୟ ଜାରି କରାଯିବ।

ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ବିଏସଏନଏଲ ୟୁଜର୍ସଙ୍କୁ ୫ଜି ସେବା ମିଳିବା ପୂର୍ବରୁ ୪ଜି ସେବା ମିଳିବ। ବିଏସଏନଏଲ ୪ଜି ଲଞ୍ଚ କରିବା ଦିଗରେ ରହିଛି, ଏବଂ ଆସନ୍ତା ୨୦୨୩ ସୁଦ୍ଧା ଜାରି କରାଯାଇପାରେ।

ସୂଚନା ଅନୁସାରେ, ଭାରତରେ ଆନୁଷ୍ଠାନିକ ଭାବରେ ୫ଜି ସେବା ଲଞ୍ଚ ହୋଇଛି। ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ କିଛି ସ୍ଥାନରେ ୫ଜି ସେବା ଜାରି ମଧ୍ୟ କରିଛନ୍ତି। ଭୋଡାଫୋନ ଆଇଡିଆ ତରଫରୁ ୫ଜିର ଆରମ୍ଭ ନେଇ କୌଣସି ସୂଚନା ଦିଆଯାଇନାହିଁ।