ଲଞ୍ଚ ହେଲା‘ଓଲା’ର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର, ଥରେ ଚାର୍ଜ କଲେ ଯିବ ୧୦୧ କିମି

ଭୁବନେଶ୍ବର : (ସଂକେତ୍ ଟିଭି) ଦେଶରେ ବଢୁଥିବା ଗ୍ରାହକଙ୍କ ଆଦୃତି କାରଣରୁ ଓଲା ଏବେ ଏହାର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର Ola S1 Air ଭାରତରେ ଲଞ୍ଚ କରିଛି।

ଓଲା ଇଲେକ୍ଟ୍ରିକ୍ ବର୍ତ୍ତମାନ ଓଲା S1 ଏବଂ S1 ପ୍ରୋ ଲଞ୍ଚ ହେବାର ଏକ ବର୍ଷ ମଧ୍ୟରେ S1 ଏୟାର ବଜାରକୁ ଛାଡିଛି। ଦୀପାବଳି ଅବସରରେ ଇଲେକ୍ଟ୍ରିକ୍‌ ଗାଡ଼ି କମ୍ପାନି ଓଲା ଇଲେକ୍ଟ୍ରିକ୍‌ ନିଜର ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଓଲା ଏସ୍‌୧ ଏୟାର୍‌ ଲଞ୍ଚ୍‌ କରିଦେଇଛି।

କମ୍ପାନିର ପ୍ରମୁଖ ଭାବେଶ ଅଗ୍ରୱାଲ୍‌ ଏହି ସ୍କୁଟର୍‌ର ଡିଟେଲ୍‌ ସେୟାର କରି କହିଛନ୍ତି ଯେ ଏହି ଗାଡ଼ି ୨୫ ପଇସାରେ ୧ କିଲୋମିଟର୍‌ ଚାଲିବ। ଓଲା ଏସ୍‌୧ ଏୟାରକୁ କମ୍ପାନିର ଫ୍ଲାଗ୍‌ସିପ୍‌ ପ୍ରଡକ୍ଟ ଓଲା ଏସ୍‌୧ ହିସାବରେ ତିଆରି କରାଯାଇଛି। କମ୍ପାନି ଓଲା ଏସ୍‌୧ ଏୟାର୍‌କୁ ୮୪,୯୯୯ ଟଙ୍କାରେ ଲଞ୍ଚ୍‌ କରିଛି।

ଦୀପାବଳି ଅବସରରେ ଅକ୍ଟୋବର ୨୪ରେ କମ୍ପାନି ପକ୍ଷରୁ ଏକ ଅଫର୍‌ ବି ରହିଛି। ଏହି ଦିନ ଗାଡ଼ିଟିକୁ କିଣିଲେ ଦେବାକୁ ପଡ଼ିବ ୭୯,୯୯୯ ଟଙ୍କା। କମ୍ପାନିର ଦାବି ହେଉଛି ଓଲା ଏସ୍‌୧ ଏୟାର୍‌କୁ ଥରୁଟିଏ ଚାର୍ଜ କଲେ ୧୦୧ କିଲୋମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଚାଲିବ। ଏହାର ଟପ୍‌ ସ୍ପିଡ୍‌ ବି ଘଣ୍ଟାକୁ ୯୦ କିଲୋମିଟର ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ସ୍କୁଟର ଓଜନ ୯୯ କିଲୋ। କମ୍ପାନି ଏଥିରେ ୪.୫ କିଲୋୱାଟ୍‌ର ଇଲେକ୍ଟ୍ରିକ୍‌ ମୋଟର୍‌ ଦେଇଛି। ଏଥିରେ ବ୍ୟାଟେରି ରହିଛି ୨.୫କେଡବ୍ଲୁଏଚ୍‌। ଏହ ସ୍କୁଟର୍‌ରେ ୩ଟି ରାଇଡ୍‌ ମୋଡ୍‌ ରହିଛି। ଏହି ସ୍କୁଟର ୫ ଟି ରଙ୍ଗରେ ଉପଲବ୍ଧ ହେବ।

ଓଲା S1 ଏୟାର ଇଲେକ୍ଟ୍ରିକ୍ ସ୍କୁଟରର ଓଜନ ୯୯ କିଲୋଗ୍ରାମ, ଯାହା S1 ପ୍ରୋ ଠାରୁ ୨୫ କିଲୋଗ୍ରାମ କମ୍‌ | କମ୍ପାନୀ ଅନୁଯାୟୀ ଏହା 4.5kW ହବ୍ ମୋଟର, 2.5kWh ବ୍ୟାଟେରୀ ପ୍ୟାକ୍ । ଯେଉଁ କାରଣରୁ ଏହି ଇ-ସ୍କୁଟର 4.3 ସେକେଣ୍ଡରେ 0 ରୁ 40 କିଲୋମିଟର ପର୍ଯ୍ୟନ୍ତ ବେଗ ହାସଲ କରିପାରିବ। S1 ଏୟାରର ସର୍ବୋଚ୍ଚ ଗତି ହେଉଛି ୮୫ କିଲୋମିଟର ଏବଂ ଏହାର ଇକୋ ମୋଡ୍ ରେ 100 କିଲୋମିଟର IDC ପରିସର ଅଛି ।

ବିଶେଷ କଥା ହେଉଛି ଏହି ସ୍କୁଟରଟି MoveOS 3 ସଫ୍ଟୱେର୍ ସହିତ ଆସିବ। ଏହା ବ୍ୟତୀତ, Ola S1 ଏବଂ Ola S1 Pro ବ୍ୟବହାରକାରୀମାନେ ଡିସେମ୍ବର ୨୦୨୨ ସୁଦ୍ଧା ଏହି ନୂଆ MoveOS 3 ସଫ୍ଟୱେର୍ ପାଇବାକୁ ଯାଉଛନ୍ତି । ସଫ୍ଟୱେୟାରଟି ମୋବାଇଲ୍ ଫୋନ୍ ପରି ଘରେ ଅପଡେଟ୍ ହୋଇପାରିବ । ଏହି ସଫ୍ଟୱେର୍ ଅପଡେଟ୍ ସହିତ, ଓଲା ସ୍କୁଟରରେ ଅନେକ ନୂତନ ଫିଚର ଯୋଡାଯିବ।