ବର୍ଷକୁ ୨ କୋଟି ଚାକିରିର ପ୍ରତିଶୃତି ଦେଇଥିଲେ ମୋଦୀ, ହେଲେ ମିଲିଲା କୋଟି କୋଟି ବେକାରୀ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିବର୍ଷ ୨କୋଟି ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ସେହି ଚାକିରି କୁଆଡେ ଗଲା? ଚାକିରି ମିଳିବା ବଦଳରେ କୋଟି କୋଟି ଯୁବକ ବେକାର ହୋଇଯାଇଛନ୍ତି। କର୍ଣ୍ଣାଟକର ବଲ୍ଲାରୀରେ ଭାରତ ଯୋଡୋ ଯାତ୍ରାର ଏକ ଜନସଭାକୁ ସମ୍ବୋଧିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏହା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ସେ କହିଛନ୍ତି ଯେ, ୪୫ବର୍ଷ ମଧ୍ୟରେ ଏବେ ଭାରତରେ ସର୍ବାଧିକ ବେକାରୀ ସମସ୍ୟା ଦେଖାଦେଇଛି। କେନ୍ଦ୍ର ସରକାର ଲୋକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ଏଥି ସହିତ ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତେବେ ସରକାରୀ ଚାକିରି କଣିପାରିବେ ବୋଲି ରାହୁଲ କହିଛନ୍ତି। ଏଥି ସହିତ କର୍ଣ୍ଣାଟକରେ ୨.୫ ଲକ୍ଷ ସରକାରୀ ପଦବୀ ଖାଲି କାହିଁକି? ଯଦି ଆପଣ ପୁଲିସ୍ ସବ୍-ଇନ୍ସପେକ୍ଟର ହେବାକୁ ଚାହୁଁଛନ୍ତି ତେବେ ଆପଣ ୮୦ଲକ୍ଷ ଟଙ୍କା ଦେଇ ସବ୍-ଇନ୍ସପେକ୍ଟର ହୋଇପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ କର୍ଣ୍ଣାଟକରେ ଏକ ସରକାରୀ ଚାକିରି କିଣିପାରିବେ। ଯଦି ଆପଣ ପାଖରେ ଟଙ୍କା ନାହିଁ, ତେବେ ଆପଣ ସାରା ଜୀବନ ବେକାର ହୋଇ ରହିଯିବେ।