ଖୁବ୍‌ଶୀଘ୍ର ବିଜେପିରେ ମିଶିବେ ଏକନାଥ ଗୋଷ୍ଠୀର ୨୨ ବିଧାୟକ : ଉଦ୍ଧବ ଠାକରେ

ମୁମ୍ବାଇ: (ସଂକେତ୍ ଟିଭି) ଏକନାଥ ସିନ୍ଦେଙ୍କ ଶିବସେନାରେ ୨୨ ବିଧାୟକ ଖୁସୀ ନାହାନ୍ତି। ସେମାନେ ଖୁବ୍‌ଶୀଘ୍ର ବିଜେପିରେ ମିଶିପାରନ୍ତି ବୋଲି ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି।

ଶିବସେନା ମୁଖପତ୍ର କୁହାଯାଉଥିବା ସାମନା ଖବର କାଗଜର ରୋକ ଠୋକ୍‌ ସ୍ତମ୍ବରେ ଲେଖା ପ୍ରକାଶ କରି ଉଦ୍ଧବଙ୍କ ଶିବସେନା ଦାବି କରିଛି ଯେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ବିଜେପିର ଏକ ଅସ୍ଥାୟୀ ବ୍ୟବସ୍ଥା। ଏବେ ସମସ୍ତେ ବୁଝି ସାରିଛନ୍ତି ଯେ ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀଙ୍କ ପଦ କେବେବି ଚାଲିଯାଇପାରେ। ସିନ୍ଦେ ଗ୍ରୁପ୍ ମହାରାଷ୍ଟ୍ରର ଗ୍ରାମ ପଞ୍ଚାୟତ ଏବଂ ସରପଞ୍ଚ ନିର୍ବାଚନରେ ସଫଳତା ପାଇଥିବା ନେଇ କରୁଥିବା ଦାବି ମିଛ କଥା। ସିନ୍ଦେ ଗ୍ରୁପରେ ସର୍ବନିମ୍ନ ୨୨ ବିଧାୟକ ଅସନ୍ତୋଷ ରହିଛନ୍ତି ବୋଲି ସ୍ତମ୍ବରେ କୁହାଯାଇଛି।

ସିନ୍ଦେଙ୍କ କାମ ଯୋଗୁ ମହାରାଷ୍ଟ୍ରକୁ ବହୁତ କ୍ଷତି ହୋଇଛି। ରାଜ୍ୟ ତାଙ୍କୁ କ୍ଷମା କରିବ ନାହିଁ। ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଥିଲେ ବି ବିକାଶ ଦେଖାଯାଉନାହିଁ। ଦେବେନ୍ଦ୍ର ଫଡନଭିସ ସବୁ ଜାଗାରେ ନଜର ଆସୁଛନ୍ତି। ସିନ୍ଦେଙ୍କର ଦିଲ୍ଳୀରେ କୌଣସି ପ୍ରଭାବ ନାହିଁ। ଧାରାବୀ ପୂର୍ଣ୍ଣବିକାଶର ପୂରା ଶ୍ରେୟ ଫଡ଼ନାଭିସଙ୍କୁ ଯାଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ମହତ୍ୱପୂର୍ଣ୍ଣ ପରିଯୋଜନାର ଘୋଷଣାରେ କହିନାହାଁନ୍ତି ବୋଲି ଉଦ୍ଧବ ଠାକରେ ଲେଖିଛନ୍ତି।