ଭାରତଠାରୁ ପରାଜୟ ପରେ ଡ୍ରେସିଂ ରୁମରେ ବାବର ଆଜମଙ୍କ ଜୋରଦାର ସ୍ପିଚ୍, ଶୁଣନ୍ତୁ ସେ କଣ କହୁଛନ୍ତି…

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଭାରତଠାରୁ ପରାଜୟ ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ଡ୍ରେସିଂ ରୁମରେ ଜୋରଦାର ସ୍ପିଚ୍ ଦେଇଛନ୍ତି । ଏହି ସମୟରେ ବାବରଙ୍କ ସହ ଦଳର ମେଣ୍ଟୋର ମାଥ୍ୟୁ ହେଟନ୍ ମଧ୍ୟ ପାକିସ୍ତାନୀ ଦଳକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି ।

ପାକିସ୍ତାନ କ୍ରିକେଟ୍ ବୋର୍ଡ ସେୟାର କରିଥିବା ଭିଡିଓରେ ବାବର ଆଜମ କହୁଛନ୍ତି ଯେ, “ଭାଇମାନେ ବହୁତ ଭଲ ମ୍ୟାଚ୍ ହୋଇଛି, ଆମେ ପ୍ରୟାସ କରିଛୁ । ପ୍ରତ୍ୟେକ ଥର ମୁଁ କହୁଛି ଯେ ଆମେ ଚେଷ୍ଟା କରିଛୁ । ଆମେ କିଛି ଭୁଲ୍ କରିଛୁ, ଆମକୁ ସେଥିରୁ ଶିଖିବାକୁ ପଡ଼ିବ । ଆମକୁ ଏବେ ତଳକୁ ଖସିବାର ନାହିଁ କାରଣ ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ଆରମ୍ଭ ହୋଇଛି, ବହୁତ ମ୍ୟାଚ୍ ବାକି ଅଛି, ଗିରେ କୋଇ ନା ।”

ସେ ଆଗକୁ କହିଛନ୍ତି ଯେ, “ମୁଁ ଏହା କହିବି କୌଣସି ଜଣେ ଖେଳାଳିଙ୍କ ଯୋଗୁଁ ଆମେ ହାରି ନାହୁଁ, ଆମେ ସମସ୍ତେ ହାରିଛୁ । କିଏ ବି କାହା ଉପରେ ଅଙ୍ଗୁଳି ନ ଉଠାଉ ଯେ ସେ ପରାସ୍ତ କରାଇଛନ୍ତି, ସେ ହରାଇଛନ୍ତି କିମ୍ବା ମୁଁ ହରାଇଛି… ଏହା ନ ଘଟୁ … ଏହା ଏହି ଦଳରେ ହେବ ନାହିଁ … ଆମେ ଏକ ଦଳ ଭାବରେ ହାରିଛୁ ଓ ଏକ ଦଳ ଭାବରେ ଜିତିବୁ .. ଆମକୁ ଏକାଠି ହିଁ ରହିବାର ଅଛି ମନେ ରଖି । ଆମେ ଅନେକ ଭଲ ପ୍ରଦର୍ଶନ ମଧ୍ୟ ଦେଇଛୁ, ତାହାକୁ ମଧ୍ୟ ଦେଖ .. ବାକି ଆମକୁ ଛୋଟ ଭୁଲଗୁଡ଼ିକୁ ସଂଶୋଧନ କରିବାକୁ ଓ ଏକ ଦଳ ଭାବରେ କାମ କରିବାକୁ ପଡ଼ିବ ।”

ବାବର୍ କହିଛନ୍ତି ଯେ, “ବିଶେଷ କରି ନୱାଜ କୌଣସି ପ୍ରସଙ୍ଗ ନୁହେଁ .. ତୁ ହେଉଛୁ ମୋର ମ୍ୟାଚ୍ ୱିନର୍ ଓ ମୋତେ ସର୍ବଦା ତୋ ଉପରେ ଭରସା ରହିବ ଯାହା ପରିସ୍ଥିତି ହେଉନା କାହିଁକି … ତୁମ ତଳକୁ ନୁଆଁଇବାର ନାହିଁ ତୁ ମୋତେ ମ୍ୟାଚ୍ ଜିତାଇବୁ । ବହୁତ ଭଲ ପ୍ରୟାସ କରୁଛି.. ପ୍ରେସରର ଓଭର ଥିଲା, କିନ୍ତୁ ତୁ ଏତେ ନିକଟତର ନେଇଯାଇଥିଲୁ ମ୍ୟାଚକୁ, ତାହା ଚମତ୍କାର ଥିଲା । ବିଷୟ ଏଠାରେ ଛାଡ଼ି ଯାଅ, ଏକ ଦଳ ଭାବରେ ବହୁତ ଭଲ ଖେଳିଛୁ । ଆମକୁ ତାହା ଜାରି ରଖିବାକୁ ହେବ । ଆପଣଙ୍କୁ ସଫଳତା ମିଳୁ ।”

ଟି-ଟ୍ବେଣ୍ଟି ବିଶ୍ବକପ୍ ର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତ ସମ୍ମୁଖରେ ୧୬୦ ରନର ଲକ୍ଷ୍ୟ ରଖିଥିଲା । ଯାହାର ଜବାବରେ ବିରାଟ କୋହଲିଙ୍କ ଅପରାଜିତ ଦମଦାର ଇନିଂସ ଦମରେ ଟିମ୍ ଇଣ୍ଡିଆ ଶେଷ ବଲରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା । କୋହଲି ୫୩ ବଲରେ ୮୨ ରନର ଅପରାଜିତ ଇନିଂସ ଖେଳିଥିଲେ ।