ବିରିଆନି ପାଇଁ କମୁଛି ପୁରୁଷଙ୍କ ପ୍ରଜନନ କ୍ଷମତା, ବିରିଆନି ଦୋକାନ ବନ୍ଦ କଲେ ଟିଏମ୍‌ସି ନେତା

କୋଲକାତା : (ସଂକେତ୍ ଟିଭି) ବିରିଆନି ପାଇଁ ପୁରୁଷଙ୍କ ପ୍ରଜନନ କ୍ଷମତା କମୁଥିବା ଦାବି କରି ଟିଏମ୍‌ସି ନେତା ତଥା କୁଚ୍‌ବେହାର ପୌରାଧ୍ୟକ୍ଷ ରବୀନ୍ଦ୍ର ନାଥ ଘୋଷ ବିରିଆନି ଦୋକାନକୁ ଜୋରଜବରଦସ୍ତ ବନ୍ଦ କରିଛନ୍ତି । ସେ ଦାବି କରିଛନ୍ତି ଯେ ମସଲାଯୁକ୍ତ ବିରିଆନିର ପୁରୁଷଙ୍କ ଠାରେ ପ୍ରଜନନ କ୍ଷମତା ହ୍ରାସ କରୁଛି । ଏଥିପାଇଁ ପଶ୍ଚିମବଙ୍ଗ କୋଚ ବିହାରରେ ଥିବା ଦୁଇଟି ବିରିଆନି ଦୋକାନକୁ ସେ ବନ୍ଦ କରିଦେଇଛନ୍ତି।

ମମତା ବାନାର୍ଜୀଙ୍କ ସରକାରରେ ପୂର୍ବତନ ମନ୍ତ୍ରୀ ଥିଲେ ରବୀନ୍ଦ୍ର ନାଥ। ଏନେଇ ସେ କହିଛନ୍ତି “ଗତ କିଛି ଦିନ ହେବ ଏ ଅଞ୍ଚଳର ଲୋକଙ୍କଠାରୁ ଅଭିଯୋଗ ହେଉଛି ଯେ, ବିରିୟାନୀ ରନ୍ଧାରେ କି, ମସଲା ପଡୁଛି କେଜାଣି, ତାହା ଲୋକମାନଙ୍କର କାମ ବାସନା ହ୍ରାସ କରୁଛି।”

ସେ କରିଛନ୍ତି ଯେ, ବିନା ଲାଇସେନ୍‌ସ୍‌ରେ ବିହାର ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରୁ ଲୋକେ ଆସି ଏଠାରେ ଦୋକାନ ଖୋଲି ବିରିୟାନୀ ବ୍ୟବସାୟ ଚଳାଇଛନ୍ତି। ଅଭିଯୋଗ ହେବା ପରେ ଆମେ ଏଠାକୁ ଆସି ଦେଖିଲୁ ସେ ଦୋକାନଗୁଡ଼ିକର ବ୍ୟାବସାୟିକ ଲାଇସେନ୍‌ସ୍‌ ନାହିଁ। ସେମାନେ ରାସ୍ତା ଅବରୋଧ ମଧ୍ୟ କରୁଛନ୍ତି। ତେଣୁ, ସେ ଦୋକାନ ସବୁ ବନ୍ଦ କରାଗଲା।