ପଞ୍ଚାୟତ ପିଛା କୋଟିଏ ଟଙ୍କା ଅଫର ଦେଉଛି ବିଜେଡି, ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ବର : (ସଂକେତ୍ ଟିଭି) ଧାମନଗର ଉପନିର୍ବାଚନର ନିର୍ବାଚନୀ ସଭାରେ ବିଜେଡି ଆଦର୍ଶ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଘଂନ କରୁଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ବିଜେପି ଟିମ୍‌ ଫେରାଦ ହୋଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି।

ବିଜେବି ଅଭିଯୋଗ କରିଛି ଯେ , ” ଧାମନଗରରେ ଆଦର୍ଶ ଆଚରଣ ବିଧିର ଖୁଲମଖୁଲ୍ଲା ଉଲ୍ଲଂଘନ ହେଉଛି । ଯେଉଁମାନଙ୍କ ହାତରେ ନିରପେକ୍ଷ ଓ ସ୍ବଚ୍ଛ ନିର୍ବାଚନ କରିବାର ଦାୟିତ୍ବ, ସେମାନେ ହିଁ ଆଇନ ଭଙ୍ଗ କରୁଛନ୍ତି । ବିଜେଡି କର୍ମୀ ସମ୍ମିଳନୀରେ ପ୍ରତି ପଞ୍ଚାୟତ ପିଛା କୋଟିଏ ଟଙ୍କାର ଅଫର ଦିଆଯାଉଛି । ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ସାଂସଦ ସୁଲତା ଦେଓ ଓ ଅନ୍ୟ ନେତାମାନେ ଏହି କର୍ମୀ ସମ୍ମିଳନୀରେ ଉପସ୍ଥିତ
ଥିଲେ ।”

ଏହି ଘଟର ଭିଡିଓ ଓ ଫଟୋ ଭାଇରାଲ ହେଉଥିବା ସତ୍ତ୍ବେ ଜିଲ୍ଲା ପ୍ରଶାସନ ଓ ସିଇଓ କୌଣସି ପଦକ୍ଷେପ ନେଉନଥିବା ବିଜେପି କହିଛି । ଜିଲ୍ଲା ପ୍ରଶାସନ, ସିଭିସି ପ୍ରଶାସନ ବିଜେଡ଼ି ପାଇଁ ପ୍ରଚାର କାର୍ଯ୍ୟରେ ଲାଗି ଯାଇଛନ୍ତି । ତେଣୁ ବାଡ଼ ଯଦି ଫସଲ ଖାଇବ ତେବେ କହିବା କାହାକୁ ବୋଲି ସମୀର ମହାନ୍ତି ସମାଲୋଚନା କହିଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ବିଜେପି ଟିମ୍‌ ଫେରାଦ ହୋଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।