ହ୍ବାଇଟ୍ ହାଉସରେ ଦୀପାବଳି ପାଳନ କଲେ ବାଇଡେନ୍

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ବାଇଟ୍ ହାଉସରେ ଭାରତୀୟଙ୍କ ଦୀପାବଳି ପାଳନ କରିଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍, ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସହ ଅନେକ ଭାରତବଂଶୀ ଉପସ୍ଥିତ ରହିଥିଲେ।

ସୋମବାର ରାତିରେ ହ୍ବାଇଟ ହାଉସ୍‌ରେ ଦୀପାବଳି ସମାରୋହର ଆୟୋଜନ କରାଯାଇଥିଲା। ଜୋ ବାଇଡେନ୍ ସରକାରଙ୍କ ଅନେକ ଭାରତୀୟ-ଆମେରିକୀୟ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ବାଇଡେନ୍ କହିଥିଲେ ଯେ ଏହା ପ୍ରଥମ ଥର ଯେତେବେଳେ ଦୀପାବଳି ଅବସରରେ ହ୍ବାଇଟ୍ ହାଉସରେ ବଡ଼ ଆକାରରେ ରିସେପ୍ସନ ହୋଇଛି। ଆମ ସରକାରରେ ଗତ ସରକାରଙ୍କ ତୁଳନାରେ ସବୁଠୁ ଅଧିକ ଏସିଆନ-ଆମେରିକାନ୍ ସାମିଲ ଅଛନ୍ତି। ଏହା ସହ ଦୀପାବଳିର ଭବ୍ୟ ଆୟୋଜନକୁ ଆମେରିକା ସଂସ୍କୃତିର ଅଂଶ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ବାଇଡେନ୍।

ଏହି ଅବସରରେ ଉପରାଷ୍ଟ୍ରପତି କମଲା ହାରିସ କହିଥିଲେ ଯେ ହ୍ବାଇଟ ହାଉସ୍ ସାଧାରଣ ଲୋକଙ୍କ ଘର। ସେହିପରି ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ଏହି ଘରର ମାହୋଲ ଏଭଳି କରାଯାଇଛି ଯେ ଆମେରିକାର କେହି ବି ନାଗରିକ ନିଜର ସଂସ୍କୃତି ଏବଂ ପର୍ବ ଏଠାରେ ପାଳନ କରିପାରିବ। ଜିଲ୍ ବାଇଡେନ୍ ଆମେରିକୀୟ ସମୁଦାୟର ଲୋକଙ୍କୁ ପ୍ରଶଂସା କରି କହିଥିଲେ ଯେ, ସମୁଦାୟର ଲୋକ ଆମେରିକାକୁ ଆଗକୁ ବଢ଼ାଇବାରେ ନିଜର ଯୋଗଦାନ ଦେଇଛନ୍ତି।