ରାହୁଲ ଗାନ୍ଧୀ ହିଁ ମୋଦିଙ୍କୁ ଚ୍ୟାଲେଞ୍ଜ କରିପାରିବେ: ଆଶୋକ ଗେହଲଟ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ରାହୁଲ ଗାନ୍ଧୀ ହିଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିପାରିବେ। ଏହା କହିଛନ୍ତି ରାଜସ୍ଥାନ ମୁଖ୍ଯମନ୍ତ୍ରୀ ଅଶୋକ ଗେହଲଟ । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ସର୍ବ ପୁରାତନ ଦଳର ଅଧ୍ୟକ୍ଷ କରିବା ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସମସ୍ତ ଉଦ୍ୟମ କରାଯାଥିଲା। କାରଣ ସେ ହିଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିପାରିବେ।

ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦିଲ୍ଲୀରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ଅଶୋକ ଗେହଲଟ ବୁଧବାର କହିଛନ୍ତି ଯେ ଜଣେ ଅଣ-ଗାନ୍ଧୀ ଦଳର ଅଧ୍ୟକ୍ଷ ହେବା ରାହୁଲ ଗାନ୍ଧୀଙ୍କ ଇଚ୍ଛା ଥିଲା।

ଦଳରେ ଆଜି ଏକ ନୂଆ ଆରମ୍ଭ ହୋଇଛି। ଆମେ ମଲ୍ଲିକାର୍ଜୁନଙ୍କୁ ଅଭିନନ୍ଦନ ଜଣାଉଛୁ। ସଭିଏଁ ଦଳକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିବୁ। ଦଳ ନୂଆ ରଣନୀତି ଉପରେ କାର୍ଯ୍ୟ କରିବ।