ଧାମନଗର ଉପ-ନିର୍ବାଚନ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର : (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମନଗରରେ ଉପ-ନିର୍ବାଚନ ପାଇଁ ଆସନ୍ତା ୩୧ରେ ଭର୍ଚୁଆଲରେ ପ୍ରଚାର କରିବେ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏନେଇ ସୂଚନା ଦେଇଛନ୍ତି ।

୨୦୨୦ରେ ହୋଇଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ନବୀନ ଭର୍ଚୁଆଲରେ ପ୍ରଚାର କରିଥିଲେ । ୨୦୨୦ ନଭେମ୍ବର ୩ରେ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ହୋଇଥିଲା । ଦୁଇ ବର୍ଷ ତଳେ ଅକ୍ଟୋବର ୩୧ ତାରିଖରେ ସେ ଭର୍ଚୁଆଲ୍‌ ପ୍ରଚାର କରିଥିଲେ । ସେହି ସମାନ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଧାମନଗର ଉପନିର୍ବାଚନରେ ଭର୍ଚୁଆଲ୍‌ ପ୍ରଚାର କରିବେ ।