ରେଷ୍ଟୁରାଣ୍ଟର ଓ୍ୱେଟରରୁ ରିଷି ସୁନକ୍‌ ହେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ନୂଆ ଇତିହାସ ସୃଷ୍ଟି କରିଥିବା ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍‌ ଜଣେ ୱେଟର୍‌ ଭାବେ କାର୍ଯ୍ୟ କରୁଥିଲେ । ସ୍କୁଲ ଛୁଟି ବେଳେ ସାଉଥମ୍ପଟନ୍‌ରେ ଏକ ଭାରତୀୟ ରେସ୍ତୋରାଁରେ ସେ ଗ୍ରାହକଙ୍କୁ ଖାଦ୍ୟ ପରଷୁଥିଲେ । ଏହି ରେସ୍ତୋରାଁର ମାଲିକ ଜଣେ ବାଂଲାଦେଶୀ ଥିଲେ ।

ପରେ ସେ ନିବେଶ ବ୍ୟାଙ୍କର୍‌ ଏବଂ ହେଜ୍‌ ଫଣ୍ଡ ପରିଚାଳକ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସୁନକ୍‌ ୟର୍କସାୟରର ରିଚମଣ୍ଡ ଗ୍ରାମୀଣ ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ ।ଏବେ ସେ କଞ୍ଜରଭେଟିଭ୍‌ ପାର୍ଟିର ତମାମ ବରିଷ୍ଠ ନେତାଙ୍କୁ ପଛରେ ପକାଇ ମାତ୍ର ୪୨ ବର୍ଷରେ ଏହି ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ଜନ୍‌ସନ୍‌ ସରକାରରେ ଅର୍ଥମନ୍ତ୍ରୀ ଥିଲା ବେଳେ ରିଷି ଯେଉଁ କାର୍ଯ୍ୟ କରିଥିଲେ, ତାହାକୁ କେବଳ କଞ୍ଜରଭେଟିଭ୍‌ ପାର୍ଟି କାହିଁକି, ପୂରା ବ୍ରିଟେନ୍‌ ପ୍ରଶଂସା କରିଥିଲା । ସେ ହିଁ ବ୍ରିଟେନ୍‌ର ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବେ, ଦେଶର ଭାଗ୍ୟ ବଦଳାଇବେ ବୋଲି ଏବେ ସମସ୍ତଙ୍କ ଆଶା ।