ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ସହ ଭେଦଭାବ, ଭଡକିଲେ ସେହଓ୍ୱାଗ୍

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଟି-୨୦ ବିଶ୍ୱକପ ୨୦୨୨ରେ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ପ୍ରତି ଭେଦଭାବ ଖବର ସାମ୍ନାକୁ ଆସିଛି। ୨୭ ଅକ୍ଟୋବର ନେଦରଲ୍ୟାଣ୍ଡ ଓ ଭାରତ ଭିତରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ତା ପୂର୍ବରୁ ବିବାଦ ଦେଖାଦେଇଛି। ସିଡନୀରେ ପ୍ରାକ୍ଟିସ ସମୟରେ ଭାରତୀୟ ଖେଳାଳିଙ୍କୁ ନାଁ ଭଲ ଖାଇବା ଦିଆଯାଇଥିଲା ନାଁ ପ୍ରାକ୍ଟିସ ପାଇଁ ମିଳିଥିଲା ପଡିଆ । ଯେଉଁ ପଡିଆରେ ପ୍ରାକ୍ଟିସ୍ କରିବାକୁ ଅନୁମତି ମିଳିଥିଲା ତା ଥିଲା ବହୁ ଦୂରରେ । ଅର୍ଥାତ୍ ଖେଳାଳି ରହୁଥିବା ହୋଟେଲ ଠାରୁ ୪୨ କିଲୋମିଟର ଦୂରରେ । ଏସବୁକୁ ଅସନ୍ତୋଷ ଜାହିର କରିଥିଲେ ମ୍ୟାନେଜମେଣ୍ଟ । ଏପରିକି ବିସିସିଆଇ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଥିଲା ।

ଆଇସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରାକ୍ଟିସ୍ ସେସନ ସମୟରେ ଟମ୍ ଇଣ୍ଡିଆକୁ ଥଣ୍ଡା ଓ ବେକାର ଖାଇବା ଦିଆଯାଇଥିବା ଖେଳାଳିମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ କେବଳ ସାଣ୍ଡୁଇଚ୍ ଦିଆଯାଇଛି ବୋଲି ଟିମ୍ ଆଇସିସିକୁ କହିଥିବା ସୂଚନା ମିଳିଛି। ଏମିତି ବି ଶୁଣିବାକୁ ମିଳୁଛି ଯେ ୨୭ ତାରିଖ ମ୍ୟାଚ୍ ପାଇଁ ଭାରତ ଅଭ୍ୟାସ କରିପାରି ନାହିଁ। କାରଣ ତାଙ୍କ ପ୍ରାକ୍ଟିସ୍ ପାଇଁ ଦିଆଯାଇଥିବା ସ୍ଥାନ ତାଙ୍କ ହୋଟେଲ୍ ରୁମ୍ ଠାରୁ ୪୨ କିମି ଥିଲା ବୋଲି ସୂଚନା ମିଳିଛି। ଶୁଣିବାକୁ ମିଳିଛି କ୍ରିକେଟ୍ ଅଭ୍ୟାସ୍ ପାଇଁ ଭାରତକୁ ବ୍ଲାକ୍ ଟାଉନ୍ ଗ୍ରାଉଣ୍ଡ ଦିଆଯାଇଥିଲା। ଯାହା ଟିମ୍ ଇଣ୍ଡିଆ ରହୁଥିବା ହୋଟେଲ୍ ଠାରୁ ୪୨ କିମି ଦୂରରେ ରହିଛି।

ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ତମ୍ୱିତୋଫାନ । ଏନେଇ ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହଓ୍ୱାଗ ପ୍ରତିକ୍ରିୟା ରଖିଛନ୍ତି । ଟ୍ୱିଟ କରି ସେ କହିଛନ୍ତି ସେ ଦିନ ଗଲାଣି ଯେତେବେଳେ ପଶ୍ଚିମ ଦେଶଗୁଡିକୁ ସବୁ ସୁବିଧା ସୁଯୋଗ ମିଳୁଥିଲା । ଏବେ ଏସବୁଥିରେ ବହୁ ଆଗରେ ଭାରତ । ଯଦି ଆତିଥ୍ୟତା ଶିଖିବାର ଅଛି ତେବେ ଭାରତଠୁ କିଛି ଶିଖ ।