ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କଲେ ୧୦୦ ମିନିଟ ଭିତରେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : (ସଂକେତ୍ ଟିଭି) ଧାମନଗର ଉପନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଉଲଂଘନ ହେଲେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟ ନିର୍ବାଚନ କମିଶନ ଏହି ଚେତାବନୀ ଦେଇଛନ୍ତି । ରାଜନୈତିକ ଦଳ ଓ କର୍ମୀ ଆଦର୍ଶ ଆଚରଣ ବିଧି ମାନନ୍ତୁ ନଚେତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଇଓ ଚେତାବନୀ ଦେଇଛନ୍ତି।

ଆଦର୍ଶ ଆଚରଣ ବିଧି ଉଲଂଘନ ହେଉଥିବା ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ ହେବା ପରେ ମୁଖ୍ୟ ନିର୍ବାଚନ କମିଶନ ଏନେଇ କଡା ଆଭିମୁଖ୍ଯ ଗ୍ରହଣ କରିଛନ୍ତି । କୌଣସି ଦଳ ବା କର୍ମୀ ବେଆଇନ କାର୍ଯ୍ୟ କରୁଥିଲେ ଲୋକମାନେ ସି ଭିଜିଲ ଆପ ମାଧ୍ୟମରେ ଅଭିଯୋଗ କରିପାରିବେ। ଏଭଲି ଅଭିଯୋଗ ଆସିବାର ୧୦୦ ମିନିଟ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ।ବର୍ତ୍ତମାନ ସୁଦ୍ଧା ସି ଭିଜିଲ ଆପ ଜରିଆରେ ୬ ଟି ଅଭିଯୋଗ ଆସିଛି। ବର୍ତ୍ତମାନ ସୁଦ୍ଧା ୧୦୨ଟି ଅଭିଯୋଗ ଆସିଛି। ୨୧୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଭୋଟର ମାନକୁ ଅର୍ଥ ଦେବା, ଭୋଟ ପାଇଁ ଧମକାଇବା ଏହା ଭୋଟ ଦେବା ସମୟରେ ଲୋକଙ୍କୁ ପ୍ରଭାବିତ କରିବ। ଏଥିରୁ ରାଜନୈତିକ ଦଳ ଓ କର୍ମୀ ଦୁରେଇ ରୁହନ୍ତି। ନଚେତ ନିୟମ ଅନୁସାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି ।