ଟାଟା ନିର୍ମାଣ କରିବ ବାୟୁସେନା ପାଇଁ ପରିବହନ ବିମାନ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଟାଟା କମ୍ପାନୀ ଭାରତୀୟ ବାୟୁସେନା ପାଇଁ ପରିବହନ ବିମାନ ମିର୍ମାଣ କରିବ । ଗୁଜୁରାଟର ଭଦୋଦରାରେ ଥିବା ଟାଟା-ଏୟାରବେସରେ ଭାରତୀୟ ବାୟୁସେନାରେ ପରିବହନ ପାଇଁ ବ୍ୟବହୃତ ହେଉଥିବା ସି-୧୯୫ ସି ଟ୍ରାନ୍ସପୋର୍ଟ ବିମାନ ନିର୍ମାଣ କରାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଭଦୋଦରାରେ ପ୍ରତିଷ୍ଠା ତି ହେବାକୁ ଥିବା ଏହି ପ୍ଲାଣ୍ଟର ଭିତ୍ତିଭିତ୍ତି ପ୍ରସ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ସ୍ଥାପନ ହେବା ନେଇ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭାରତୀୟ ବାୟୁସେନା ପାଇଁ ୪୦ଟି ଏହି ବର୍ଗର ଅତ୍ୟାଧୁନିକ ପରିବହନ ବିମାନ ନିର୍ମାଣ କରାଯିବ । ପରେ ଅତିରିକ୍ତ କିଛି ବିମାନ ନିର୍ମାଣ କରାଯାଇ ରପ୍ତାନୀ କରାଯିବା ନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଥିବା ବୈଦେଶିକ ସଚିବ ଚି ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଟାଟା କମ୍ପାନୀ ଭାରତୀୟ ସୁରକ୍ଷା ବଳ ପାଇଁ ଏକାଧିକ ଯୁଦ୍ଧ ଯନ୍ତ୍ରାଂଶ ଓ ସରଞ୍ଜାମ ପ୍ରସ୍ତୁତ କରିସାରିଛି ।