ପୂର୍ବ ଲଦାଖରେ ନୂଆ ଏୟାରଫିଲ୍ଡ ନିର୍ମାଣ କରିବ ଭାରତ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଲଦାଖରେ ଚୀନକୁ ମାତ ଦେବା ପାଇଁ ଭାରତ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ନିକଟରେ ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ପୂର୍ବ ଲଦାଖ ନିକଟବର୍ତ୍ତୀ ଅଞ୍ଚଳରେ ଚୀନ ଭିତ୍ତିଭୂମି ନିର୍ମାଣ କରୁଛି । ଏବେ ଚୀନକୁ କାଉଣ୍ଟର କରିବା ପାଇଁ ଭାରତ ଖୁବଶୀଘ୍ର ନୟୋମାରେ ଏକ ଏୟାରଫିଲ୍ଡ ନିର୍ମାଣ ଆରମ୍ଭ କରିବ । ରଣନୈତିକ ଦୃଷ୍ଟିରୁ ନ୍ୟୋମା ପୂର୍ବ ଲଦାଖର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଅଟେ ।

ଭାରତୀୟ ସେନାର ଅଧିକାରୀ ଗୁରୁବାର କହିଛନ୍ତି, ଭାରତ ଖୁବଶୀଘ୍ର ଏଲଏସିଠାରୁ ୫୦ କିଲୋମିଟରରୁ କମ ଦୂରତା ମଧ୍ୟରେ ଯୁଦ୍ଧ ବିମାନ ପରିଚାଳନା ପାଇଁ ନିଜର ନୟୋମା ଆଡଭାନ୍ସଡ୍‌ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ବିକଶିତ କରିବା କାର୍ଯ୍ୟ ଆରମ୍ଭ କରିବ । ଚୀନ ସହ ଜାରି ଗତିରୋଧ ସମୟରେ ନୟୋମା ଏୟାରଫିଲ୍ଡ ଜରିଆରେ ଯବାନ ଏବଂ ସାମଗ୍ରୀ ପରିବହନ କରାଯାଇଥିଲା । ଏହି ଏୟାରଫିଲ୍ଡରେ ଚିନୁକ ହେଭିଲିଫ୍ଟ ହେଲିକଫ୍ଟର ଏବଂ ସି୧୩୦ ଜି ପରି ସ୍ପେଶାଲ ଅପରେସନ ବିମାନର ଅବତରଣ କରାଯାଇଛି । ଏହି ଅଞ୍ଚଳରୁ ଯୁଦ୍ଧ ବିମାନ ପରିଚାଳନାର କ୍ଷମତା ଶତ୍ରୁଙ୍କୁ ମାତ ଦେବାରେ ବାୟୁସେନା ପାଇଁ ସହାୟକ ହେବ ।

ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ମୋଦୀ ସରକାରଙ୍କ ଦ୍ୱାରା ମଞ୍ଜୁରୀ ମଳିବା ପରେ ପୂର୍ବ ଲଦାଖ ସେକ୍ଟରେ ନିର୍ମାଣ କାର୍ଯ୍ୟାର ଉଦଘାଟନ ଖୁବଶୀଘ୍ର ହେବାର ଆଶା କରାଯାଉଛି । ପୂର୍ବ ଲଦାଖରେ ଦୋଲତ ବେଗ ଓଲଡି (ଢିପିଓ), ଫୁକଚେ ଏବଂ ନୟୋମା ସହ ଅନେକ ଏୟାରଫିଲ୍ଡ ବିକଶିତ କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି । ଏହି ଅଞ୍ଚଳରୁ ଚୀନ ସହ ଲାଗିଥିବା ବାସ୍ତବିକ ନିୟନ୍ତ୍ରଣ ରେଖା କିଛି ମିନିଟର ଦୂରତାରେ ରହିଛି ।