୩୧ରୁ ଓଡ଼ିଶାରେ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡ଼ ଯାତ୍ରା : ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ବର: (ସଂକେତ୍ ଟିଭି) ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ। ୨୭ଟି ଜିଲ୍ଲାରେ ଏହି ପଦଯାତ୍ରା କରାଯିବ। ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଭାରତ ଯୋଡ ଯାତ୍ରା ପାଇଁ ପୋଷ୍ଟର ରିଲିଜ କରାଯାଇଛି। ଆଇ ଜି ପାର୍କରୁ ଆରମ୍ଭ ହୋଇ ଫୁଲନଖରାର ଲକ୍ଷେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଚାଲିବ। ଦିନକୁ ୨୦ କିମି ଚାଲିବ କଂଗ୍ରେସର ପଦଯାତ୍ରା।

ସେ କହିଛନ୍ତି, ଧାମନଗର ଉପନିର୍ବାଚନ ପାଇଁ ୨ ଓ଼ ୩ତାରିଖ ପଦଯାତ୍ରା ବନ୍ଦ ରହିବ। ନେତାଙ୍କ ପାଇଁ ୨୦ କିମି ଟେଣ୍ଟର ବ୍ୟବସ୍ଥା କରାଯିବ। ସେଠାରେ ନେତାଙ୍କ ରହିବା ଓ଼ ଖାଇବା ବ୍ୟବସ୍ଥା କରାଯିବ। ଯାତ୍ରା ସମୟରେ କଂଗ୍ରେସ ନେତା କଂଗ୍ରେସର ବିଭିନ୍ନ ସେଲ ସହ ଏସ ଏସ ଜି ମହିଳା, ବୁଦ୍ଧିଜୀବୀ ଓ଼ କ୍ରୀଡାବିତଙ୍କୁ ଭେଟିବେ । ଏହାଛଡ଼ା ଚାଷୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଏହି ଯାତ୍ରାରେ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ଯୋଗ ଦେବେ।