ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, କ୍ରିଫ୍ଟୋ କରେନ୍ସିରେ ଲଗାଇଥିଲେ ଅର୍ଥ

ଭୁବନେଶ୍ୱର : (ସଂକେତ୍ ଟିଭି) ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ବର ଆରଡବ୍ଲୁଏସଏସର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ୮ ପ୍ଲଟ୍, ୨ କୋଠା ଠାବ କରାଯାଇଛି । ତାଙ୍କ ବ୍ୟାଙ୍କ ଖାତାରୁ ମିଳିଲା ୨୫ ଲକ୍ଷର ଡିପୋଜିଟ୍ , ଏହାସହ ଘରୁ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଛି ।

ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଭୁବନେଶ୍ବର ସ୍ଥିତ ଅଫିସ ସମେତ ଖୋର୍ଦ୍ଧା, ସମ୍ବଲପୁର, ବରଗ଼ଡର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି। ଭୁବନେଶ୍ବର ସ୍ଥିତ ଅଫିସ, ଭୁବନେଶ୍ବର ଖାରବେଳନଗର ସ୍ଥିତ ଫ୍ଲାଟ, ସମ୍ବଲପୁର ମୋଦିପଡାରେ ଥିବା ପୈତୃକ ଘର, ବରଗଡ ସ୍ଥିତ ଘର, ଭୁବନେଶ୍ବର ଖାରବେଳନଗର ସ୍ଥିତ ସମ୍ପର୍କୀୟଙ୍କ ଘର, ଖୋର୍ଦ୍ଧା ଗାନ୍ଧିନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ ହୋଇଛି ।

ସେ କ୍ରିପ୍ଟୋ କରେନ୍ସିରେ ମଧ୍ୟ ଅର୍ଥ ଲଗାଇଥିବା ଜଣାପଡିଛି । ସେ କ୍ରିପ୍ଟୋ କରେନ୍ସି ସମ୍ପର୍କିତ ତଥ୍ୟ ନଷ୍ଟ ପାଇଁ ଉଦ୍ୟମ କରି ଏସମ୍ପର୍କିତ କାଗଜପତ୍ର ଓ ମୋବାଇଲ ଫୋପାଡ଼ି ଦେଇଥିଲେ ।